ସରକାର ଶୁଣିଲେନି ଗ୍ରାମବାସୀ ଗଢିଲେ ଅଙ୍ଗନବାଡି କେନ୍ଦ୍ର
ମାଲକାନଗିରି (ଜଗନ୍ନାଥ ପଡିଆମୀ) କାଲିମେଳା ବ୍ଲକରେ ଗ୍ରାମବାସୀଙ୍କ ସହଯୋଗରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲେ ହେଁ ବ୍ଲକ ପ୍ରଶାସନ ଏହାକୁ ମାନ୍ୟତା ଦେଉନଥିବା ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ଖବରରୁ ପ୍ରକାଶ ଯେ,୧୯୭୯ ମସିହାରେ ଏମପିଭି-୮୧ ଗ୍ରାମରେ ଜନବସତି ଆରମ୍ଭ ପରେ ଏଠାରେ ଏକ ଅଙ୍ଗନବାଡି କେନ୍ଦ୍ର କରାଯିବାକୁ ଗ୍ରାମବାସୀ ଦାବୀ କରିଥିଲେ । ତେବେ ଏହି ଉପେକ୍ଷିତ ଗ୍ରାମଟିକୁ ସାଂସଦ ଆଦର୍ଶ ଗ୍ରାମ ଭାବେ ଘୋଷଣା ହେବା ପରେ ଦୀର୍ଘ ୩୫ ବର୍ଷ ଧରି ଅଙ୍ଗନବାଡି କେନ୍ଦ୍ରଟିଏ କରାଯାଇ ନଥିବା ନେଇ ଲୋକଙ୍କ ଭିତରେ ନୂତନ ଆଶା ସଂଚାର ହୋଇଥିବା ପ୍ରଶାସନ ପାଖରେ ବାରମ୍ବାର ଦାବୀ ସତ୍ୱେ ପ୍ରଶାସନ ଅଂଗନବାଡି କେନ୍ଦ୍ର ନଖୋଲିବାରେ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଉଦ୍ୟମରେ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମିାଣ କରି ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ପିଲାମାନଙ୍କୁ ଉପକରଣ ପ୍ରଦାନ ଓ ଆବଶ୍ୟକ ଭୋଜନ ସହାୟତା କରି ଆସୁଛନ୍ତି । ଏହାସତ୍ୱେ ପ୍ରଶାସନ ଏହାକୁ ମାନ୍ୟତା ଦେଉନଥିବା ଦୁଃଚିନ୍ତା ବୃଦ୍ଧି କରିଛି । ସିଡିପିଓ ବିଦ୍ୟୁତଲତା ପାତ୍ରଙ୍କୁ ପଚାରିବାରେ ସେ ଏହି ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଜାଣିନାହାନ୍ତି ବୋଲି କହିଛନ୍ତି । ତେବେ ଗ୍ରାମରେ ଆଉ ୨ଟି କେନ୍ଦ୍ର ଖୋଲିବାର ପ୍ରସ୍ତାବ ଥିବା ସୂଚନା ଦେଇଛନ୍ତି । ଏନେଇ ଗ୍ରାମବାସୀ ଓ ପ୍ରଶାସନ ଆଗରେ ବାଦ ବିବାଦ ଯୋର ଧରିଛି ।