ତୀର୍ଥ ଯାତ୍ରା ସାରି ଘରକୁ ଫେରିବାବେଳେ ଦୁର୍ଘଟଣା; ୩ ମୃତ,୧୧ ଆହତ
ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଠାରେ ବିଳମ୍ବିତ ରାତିରେ କୋରାପୁଟରୁ ତୀର୍ଥଯାତ୍ରା ସାରି ଅନୁଗୋଳ ବଲାସିଙ୍ଗା ଗ୍ରାମକୁ ଏକ ମିନିବସ (ଡସଦ୍ଭଶରକ୍ସ) ରେ ଫେରୁଥିବା ସମୟରେ ଜରପଡା ଥାନା କତଡା ନିକଟରେ ଟ୍ରକ ସହିତ ଧକ୍କା ହେବା ଫଳରେ ଗାଡିରେ ବସିଥିବା ୧୪ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହାତ ହୋଇ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଆହତମାନେ ହେଲେ ୧ – ରବିନ୍ଦ୍ର ସାହୁ (୫୫ ବର୍ଷ) କଟକ ସ୍ଥାନାନ୍ତର ୨) ବିଶେଶ୍ୱର ପ୍ରଧାନ (୬୦ ବର୍ଷ), ୩- ବିନୟ କୁମାର ସାହୁ (୩୦ ବର୍ଷ), ୪- ସିଲୁ (ଡ୍ରାଇଭର) ଗୁରୁତର କଟକ ସ୍ଥାନାନ୍ତର ୫) ବିନୟ କୁମାର ସାହୁ (୭୦ ବର୍ଷ) ସ୍ଥାନାନ୍ତର, ୬ – ପ୍ରଶନ୍ନ କୁମାର ପ୍ରଧାନ (୩୦ ବର୍ଷ), ୭- ଗୌର ସାହୁ (୫୦ ବର୍ଷ) ୮ – ହାଡିବନ୍ଧୁ ସାହୁ (୫୦ ବର୍ଷ), ୯ – ମହେଶ୍ୱର ସାହୁ (୪୨ ବର୍ଷ) ୧୦- ଧରଣୀଧର ପ୍ରଧାନ (୫୫ ବର୍ଷ) ୧୧- ଅରୁଣ ସାହୁ (୪୫ ବର୍ଷ) । ଆହତ ମାନଙ୍କୁ ଜରପଡା ଥାନା ଓ ୧୦୮ ସହାୟତାରେ ଘଟଣା ସ୍ଥଳରୁ ମେଡିକାଲକୁ ରାତ୍ର ୨ ଘଟିକା ସମୟରେ ଅଣାଯାଇଥିଲା । ମୃତକ ମାନେ ହେଲେ ଅନୁଗୋଳ ଜିଲ୍ଲାର ୧- ଧରଣୀ ପ୍ରଧାନ (୫୫ ବର୍ଷ) ବଲାସିଙ୍ଗା, ୨) ଶିବରାମ ସାହୁ (୪୮ ବର୍ଷ) ତୁଳସୀପାଳ, ୩) ଅନରୁଣ ସାହୁ (୪୫ ବର୍ଷ) ବଲାସିଙ୍ଗା ।