ଅନୁଗୋଳ ଜିଲ୍ଲା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ

An Independent Media

ତାଳଚେର : ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଘରେ ଅନୁଗୋଳ ଜିଲ୍ଲା ଶିକ୍ଷକ ଓ କର୍ମଚାରୀ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ପୌରହିତ୍ୟ କରିଥିଲେ । ଶ୍ରୀମାନ ସାହୁ ବକ୍ତବ୍ୟରେ ସଂଗଠନକୁ ମଜଭୁତ କରିବା ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଉପସଭାପତି ଡ଼. ଦଧିବାମନ ପ୍ରଧାନ ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କୁ ସ୍ୱାଗତ ଦେଇଥିଲେ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଚିତ୍ତ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ମଦନ ମହାଲା, ସମ୍ମାନୀତ ଅତିଥି ଭାବେ ଡ଼. ଉପେନ୍ଦ୍ର ପରିଡା ଉପସ୍ଥିତ ଥିଲେ ।

ସମ୍ମିଳନୀରେ ବେସରକାରୀ କଲେଜ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଧି, ସରକାରୀ କର୍ମଚାରୀ ମାନେ ପାଉଥିବା ଅବସରକାଳୀନ ସୁବିଧା ପ୍ରଦାନ, ୦୧-୦୪-୮୯ ପରଠାରୁ ୟୁଜିସି ସଂପ୍ରସାରଣ, ସପ୍ତମ ବେତନ କମିଶନରେ ଥିବା ଅସଂଗତି ଦୂର କରି ୨୧ମାସର ବର୍ଦ୍ଧିତ ଦରମା ଏବଂ ଗ୍ରାଚୁଇଟି ସୀମା ୧୫ ଲକ୍ଷକୁ ବୃଦ୍ଧି କରିବା, ବ୍ଲକ ଗ୍ରାଣ୍ଟ ଅଧ୍ୟାପକ ମାନଙ୍କୁ ଚାକିରୀ ସର୍ତ୍ତାବଳୀ ପ୍ରଦାନ ଇତ୍ୟାଦି ପୁରଣ କରିବା, ଆସନ୍ତା ଡିସେମ୍ବର ୨୩ ତାରିଖରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ବହୁ ସଂଖ୍ୟାରେ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।

ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଶ୍ରୀଯୁକ୍ତ ତ୍ରିପୁରାରୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ କଲେଜର ପ୍ରତିନିଧି ଓ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲୀପ ପ୍ରଧାନ, ଡ଼. ଯଶୋବନ୍ତ ବେହେରା, ଶ୍ରୀଯୁକ୍ତ ଅଶୋକ ଶର୍ମା, ଡ଼. ବିନୟ ଖିଲାର, ଶ୍ରୀମତୀ ଜୟଶ୍ରୀ ତିୱାରୀ, ଡ଼. କଳ୍ପନା ବୋଇତି, ସରୋଜ କୁମାର ପ୍ରଧାନ, ହୃଦାନନ୍ଦ ବେହେରା, ଅଜୟ ପ୍ରଧାନ, ବିକାଶ ପଟ୍ଟନାୟକ, ହିମାଂଶୁ ଖଡିରତ୍ନ, ଡ଼. ସନ୍ତୋଷ ପାତ୍ର, ଡ଼. ରଶ୍ମି ନନ୍ଦିତା ଜେନା, ଡ଼. ବନିତା ମହାନନ୍ଦିଆ, ଅଧ୍ୟକ୍ଷ ଚିନ୍ତାମଣି ବେହେରା, ବିଜୟ କୁମାର ମହାକୁଡ, ରୁଦ୍ର କମାର ମିଶ୍ର ତଥା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ପ୍ରତିନିଧି ଓ ତାଳଚେର ମହାବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀକୁ ସଫଳ କରିଥିଲେ ।

error: Thank You Keep Visiting