ବିଭିନ୍ନ ଦଳରୁ ୫୦ ଜଣ କର୍ମୀ ବିଜେଡିରେ ଯୋଗ ଦେଲେ

Straight to the Point

ତାଳଚେର: ତାଳଚେର ପୂର୍ତ୍ତ ବିଭାଗ ବଙ୍ଗଳାରେ ବିଜେଡି ନଗର ସଭାପତି ଆସିଫ୍ ଖାଁ ଓ ସାଧାରଣ ସଂପାଦକ ବିରଜା ମିଶ୍ରଙ୍କ ପ୍ରଚେଷ୍ଠା ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ତଥା ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରଗତିଶୀଳ ବିକଶିତ ନେତୃତ୍ୱରେ ୫୦ ଜଣ ବିଭିନ୍ନ ଦଳରୁ ଯୁବକ, ପୁରୁଷ ଓ ମହିଳା ବିଜୁ ଜନତା ଦଳରେ ଯୋଗ ଦେଲେ । ଏହି ୫୦ ଜଣ କର୍ମୀ ତାଳଚେର ପୌରପରିଷଦର ବିଭିନ୍ନ ୱାର୍ଡରୁ । ଆଗାମୀ ସାଧାରଣ ନିର୍ବାଚନ ଏବଂ ପୌର ନିର୍ବାଚନରେ ବିଜେଡି ଦଳ ପୁରା ମଜଭୁତ ହୋଇଗଲା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହୋଇଛି । ନେତୃବୃନ୍ଦ ଏହି କର୍ମୀମାନଙ୍କୁ ସ୍ୱାଗତ କରିବା ସହିତ ଦଳର ଉତ୍ତରି ବିଧାୟକ ପ୍ରଦାନ କଲେ ।

error: Thank You Keep Visiting