ବରିଷ୍ଠ ସାମ୍ବାଦିକ ଜମ୍ବେଶ୍ୱର ପଟ୍ଟନାୟକଙ୍କୁ ପ୍ରବାସୀ ଓଡିଆ ପୁଦୁଚେରୀ ସମ୍ମାନ

Straight to the Point

ତାଳଚେର:-ପଣ୍ଡିଚେରୀର ବିଶ୍ୱ ଓଡିଶା ପରିବାର ଓ ପଣ୍ଡିଚେରୀ ଉକ୍ରଳ ସମାଜ ପକ୍ଷରୁ ପୁଦୁଚେରୀର ଜିପମର ଅଡିଟୋରିଅମ୍ ଠାରେ ଆୟୋଜିତ ସଙ୍ଗମ ପ୍ରବାସୀ ଓଡ଼ିଆ ସମ୍ପର୍କ ମିଳନୀ ମହୋତ୍ସବରେ ତାଳଚେରର ବରିଷ୍ଠ ସାମ୍ବାଦିକ ଜମ୍ବେଶ୍ୱର ପଟ୍ଟନାୟକଙ୍କୁ ପ୍ରବାସୀ ଓଡ଼ିଆ ପୁଦୁଚେରୀ ସମ୍ମାନ-୨୦୧୮ରେ ସମ୍ମାନୀତ କରାଯାଇଅଛି । ଶ୍ରୀ ପଟ୍ଟନାୟକ ସମାଜରେ ସେବା, ସଂସ୍କାର, ଶିକ୍ଷା, ସଚେତନତା ଓ ସତ୍ୟର ବାର୍ତା ପ୍ରଦାନ କରିବା ନେଇ ରୁଚି ଓ ଆଦର୍ଶରେ ସାମ୍ବାଦିକତା ଏବଂ ଓକିଲାତି ପରି ସେବା ଭିତିକ ବୃତିକୁ ଆଦରୀ ନେଇ ସମାଜକୁ ଏକ ଆହ୍ୱାନ ଗ୍ରହଣ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଲେଖକ ମନୋଜ ଦାସ, ମୀନକେତନ ଦାସ, ଆଶୁତୋଷ ସାମନ୍ତ ସିଂହାର, ବିଶ୍ୱ ଓଡିଶା ପରିବାରର ସଭାପତି ବାହାଦୂର ପାଟସାହାଣୀ, ସଂପାଦକ ମନୋଜ କୁମାର ସାହୁ, ଡ. ସୁଭାଷ ଚନ୍ଦ୍ର ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏହି ସମ୍ମାନ ମିଳିବା ପରେ ତାଳଚେରର ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

error: Thank You Keep Visiting