ଦେଉଳବେଡା କୋଲିୟରୀ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

Straight to the Point

ତାଳଚେର: ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଦେଉଳବେଡା କୋଲିୟରୀର ୨୬ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ, ଅନୁଗୋଳ-ତାଳଚେରର ନିର୍ବାହୀଯନ୍ତ୍ରୀ ବିକାଶ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ଏନ୍.ଟି.ପି.ସି. କଣିହାଁର ଉପ ମହାପ୍ରବନ୍ଧକ ପ୍ରମୋଦ କୁମାର ସାହୁ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଢେଙ୍କାନାଳ ବିଭାଗ ପ୍ରଚାରକ ଗିରିଶ ଚନ୍ଦ୍ର ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାରେ ସଫଳତାର ସହ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କୁ ପୁରସ୍କାର ମାଧ୍ୟମରେ ଉତ୍ସାହିତ କରାଯାଇଥିଲା । ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସଭାପତି ନିରୋଦ କୁମାର ପ୍ରଧାନ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ତାରା ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଟଙ୍କଧର ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ/ଗୁରୁମା, ପରିଚାଳନା ସମିତିର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

error: Thank You Keep Visiting