ସମୁହ ଡାକ୍ତରଙ୍କ ବଦଳି ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

Straight to the Point

ତାଳଚେର: ଶିଳ୍ପ ନଗରୀ ତାଳଚେରର ଗରୀବ ଜନସାଧାରଣଙ୍କ ଚିକିତ୍ସା ସେବା କ୍ଷେତ୍ରରେ ଏକମାତ୍ର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟ, ଏଠାରେ ଢ଼େଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକର ବିଭିନ୍ନ ପଂଚାୟତର ରୋଗୀ, ପାଲଲହଡା ଉପଖଣ୍ଡର ଜନସାଧାରଣ ଚିକିତ୍ସା ନିମନ୍ତେ ବାର୍ଷିକ ଲକ୍ଷାଧିକ ସଂଖ୍ୟାରେ ଏହି ଚିକିତ୍ସା ପାଇଁ ନିର୍ଭର କରନ୍ତି । ୧୫ ଦିନ ମଧ୍ୟରେ ୫ ଜଣ ଡାକ୍ତର ବଦଳିକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେଇଅଛି । ପୂର୍ବରୁ ଏସ୍.ଡି.ଏମ୍.ଓ. ଅଶୋକ କୁମାର, ସୁବାଷ ଚନ୍ଦ୍ର ପାତ୍ର ବଦଳି ହୋଇ ଗତ ଶୁକ୍ରବାର ଦିନ ଡାକ୍ତର ପୂର୍ଣ୍ଣିମା ଉଦ୍ଗାତା, ଜମ୍ବେଶ୍ୱର ଜେନା, ସର୍ବଜରୀ ଡାକ୍ତର ତରୁଣ ସାହୁ ବଦଳି ହୋଇ ଯାଇଛନ୍ତି ।

୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ୧୫ ଜଣ ଡାକ୍ତର ନିଯୁକ୍ତି ଆବଶ୍ୟକ ଥାଇ ୮ ଜଣ ଡାକ୍ତର ସେବା କାର୍ଯ୍ୟ ତୁଲାଉଥିଲେ । ବର୍ତମାନ ହଠାତ୍ ୫ ଜଣ ଡାକ୍ତର ବଦଳି ପରେ ତାଳଚେର ଚିକିତ୍ସାଳୟ ଶ୍ମଶାନରେ ପରିଣତ ହୋଇଯାଇଛି । ଆଜି ସହସ୍ରାଧିକ ରୋଗୀ ଚିକିତ୍ସା ନପାଇ ଫେରୁଥିବା ଦୃଶ୍ୟ ସାଧାରଣରେ ଘୋର ଆଲୋଡନ ସୃଷ୍ଟି କରିଛି । ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ରାଜ୍ୟ ସ୍ୱାସ୍ଥ୍ରମନ୍ତ୍ରୀଙ୍କର ଅନ୍ତରଙ୍ଗ ବନ୍ଧୁ । ତୁରନ୍ତ ମଣ୍ଡାପାଳ ଡାକ୍ତରଖାନାର ସମସ୍ତ ବିଭାଗରେ ଡାକ୍ତରଙ୍କୁ ନିଯୁକ୍ତି କରେଇବାରେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବା ପାଇଁ ସାଧାରଣରେ ପ୍ରବଳ ଦାବୀ ହେଉଛି । ଆଜି ସଂଧ୍ୟାରେ ଏହି ପରିପ୍ରେକ୍ଷିରେ ଏକ କ୍ୟାଣ୍ଡେଲ୍ ପ୍ରତିବାଦ ଶୋଭାଯାତ୍ରା ପୂର୍ବତନ ନଗରପାଳ ପବିତ୍ର ଭୂତିଆ ଓ ସାମ୍ବାଦିକ ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଡାକ୍ତରଖାନା ପରିସର ପରିକ୍ରମା କରିବା ସହିତ ତୁରନ୍ତ ଡାକ୍ତର ନିଯୁକ୍ତି ଦାବୀ ପାଇଁ ପ୍ରତିବାଦ କରିଥିଲେ ।

ଏଥିରେ ଖୁବ୍ ଶୀଘ୍ର ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ନେବା ଆଲୋଚନା ହୋଇଥିଲା । ଯଦି ଏହାର ଶୀଘ୍ର ସମାଧାନ କରାନଯାଏ ତାଳଚେରରେ ଏକ ଜନ ଆନ୍ଦୋଳନ ହେବା ସହିତ ଅଖ ଚକ ଜାମ୍ କରିବାର ନିଷ୍ପତି କରାଯାଇଅଛି । ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମ୍ବାଦିକ ଦେବୀ ମିଶ୍ର ସମାଜ, ଦିପକ ପ୍ରଧାନ ସମ୍ବାଦ, ପ୍ରକାଶ ସାହୁ ମହ୍ଲାର, ସୌଭାଗ୍ୟ ମହାରଣା ସକାଳ, ରିଷିକେଷ ସାହୁ ନିର୍ଭୟ ଓ ସିତିକାନ୍ତ ବାରିକ ଡାକ୍ତରଖାନା ବଜାର ତରଫରୁ ନିନି ମିଶ୍ର ଓ କମିଟି ସାମିଲ ଥିଲେ ।

error: Thank You Keep Visiting