ଦକ୍ଷିଣ କେନାଲ ରାସ୍ତା ପାଲଟିଛି ମରଣଯନ୍ତା : କାଳନ୍ଦି ସାମଲ

Straight to the Point

ତାଳଚେର: ସମଲ ବ୍ୟାରେଜଠାରୁ ତାଳଚେର ଦେଇ ଆସିଥିବା ଦକ୍ଷିଣ କେନାଲ ରାସ୍ତାର ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ଼ ନଥିବାରୁ ଅନେକ ସମୟରେ ଏହା ଉପରେ ନିର୍ଭରଶୀଳ ଜନସାଧାରଣ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରା ଯାଉଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଗତ ଶୁକ୍ରବାର ଦିନ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ତାଳଚେର ବ୍ଲକର ଗୁରୁଜାଙ୍ଗ ଗ୍ରାମକୁ ଯାଇ ସେଠାକାର କେନାଲ ରାସ୍ତାରେ ସୁରକ୍ଷା ବାଡ଼ ନଥିବା ହେତୁ ସାଧାରଣ ଜନତା ଦୁର୍ଘଟଣାର ଶୀକାର ହେବାସହ ଗୃହପାଳିତ ପଶୁମାନେ କିପରି ଭାବେ ମୃତ୍ୟୁମୁଖରେ ପଡ଼ୁଛନ୍ତି ତାହା ପଚାରି ବୁଝିଥିଲେ ।

ଶ୍ରୀ ସାମଲ ଉକ୍ତ କେନାଲ ପାଶ୍ୱର୍ ରାସ୍ତା ପରିଦର୍ଶନ କରିବାସହ, ଉକ୍ତ ରାସ୍ତା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ସତ୍ୱେ ତଥା ସରକାର ତଥା ଜଳସମ୍ପଦ ବିଭାଗର ମୂଖ୍ୟ ସ୍ୱଂୟ ମୂଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ନକରି ଜନସାଧାରଣଙ୍କର ମୂଲ୍ୟବାନ ଜୀବନ ସହ ଖେଳିବା ଦୁର୍ଭାଗ୍ୟଜନକ କଥା ବୋଲି ଶ୍ରୀ ସାମଲ ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏହାର ତୁରନ୍ତ ମରାମତି ତଥା ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ଼ ଦିଆଯିବା ପାଇଁ ସେ ଦାବୀ କରିଛନ୍ତି । ପ୍ରକାଶ ଥାଉକି,ଏହି ଦକ୍ଷିଣ କେନାଲ ଏବଂ ସଂଲଗ୍ନ ରାସ୍ତା ତାଳଚେର ବ୍ଲକର କଙ୍କିଳି,ଧରମପୁର,ଗୁରୁଜାଙ୍ଗ ଆଦି ୩ଟି ପଂଚାୟତର ୩୦ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଏହି କେନାଲ ରାସ୍ତା ଦେଇ ଦୈନନ୍ଦିନ ଯାତାୟତ କରୁଥିବା ବେଳେ ସୁରକ୍ଷା ବାଡ଼ ନଥିବାରୁ ବହୁ ଗ୍ରାମବାସୀ ଏବଂ ଗୃହପାଳିତ ପଶୁମାନେ ଅକାରଣରେ ଦୁର୍ଘଟଣାର ଶୀକାର ହେଉଛନ୍ତି ।

ସେହିପରି ଉକ୍ତ କେନାଲରେ ଏବେ ପାଣି ମଧ୍ୟ ଆସୁନଥିବାରୁ ଚାଷୀମାନେ ଚାଷ କାର୍ଯ୍ୟକୁ ଠିକ୍ ଭାବେ କରି ପାରୁନାହାନ୍ତି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁରୁଜାଙ୍ଗ ସରପଂଚ ପରମାନନ୍ଦ ସାହୁ,ନାଏବ ସରପଂଚ ମାଳତି ବେହେରା,ବିଜେପି ନେତା ନରେଶ ଚନ୍ଦ୍ର ସାହୁ,ବରୁଣ ସାହୁ,କାର୍ତିକ ସାହୁ,ମନୋଜ ଦାସ,ବିଶ୍ୱଜିତ ଦାସ,ୱାର୍ଡ଼ମେମ୍ବର ନିରୋଜ ନାଥ,କୃଷକ ନେତା ଅକ୍ଷୟ ନାଥଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

error: Thank You Keep Visiting