ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଉଦଯାପିତ

Straight to the Point

ଅନୁଗୋଳ : ଅନୁଗୋଳ ଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୮ମ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍ଯାପିତ ହୋଇଛି । ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩ ଦିନ ଧରି ଚାଲିଥିବା ଏହି ମେଳାରେ ୧୬୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ଡିଇଓ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ଅନୁଗୋଳ ବିଧାୟକ ରାଜନୀକାନ୍ତ ସିଂହ ଏଥିରେ ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ତାଳଚେର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ବିରଞ୍ôଚ ନାରାୟଣ ଦାଶ, ଅନୁଗୁଳ ଡିପିସି ନିରଞ୍ଜନ ସାହୁ, ଭାରପ୍ରାପ୍ତ ଡିଇଓ ରୀତା କେର୍କେଟା, ଅନୁଗୋଳ ବିଇଓ ଲୋପାମୁଦ୍ରା ପଟ୍ଟନାୟକ, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶିଳ୍ପୀ ଦେ ଉପସ୍ଥିତ ଥିଲେ । ଏହି ମେଳାରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ୧୪ ପ୍ରକଳ୍ପ ମନୋନୀତ ହୋଇଛି । ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ଅତିଥିମାନେ ପୁରସ୍କୃତ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ବିବରଣୀ ପାଠ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ ।

error: Thank You Keep Visiting