ଫୁଲ୍ ଦମ୍ ରେ ଚାଲିଛି ପିଠା କାର୍ଯ୍ୟକ୍ରମ

Straight to the Point

ତାଳଚେର : ତାଳଚେର ବ୍ଲକର ଗୁରୁଜାଙ୍ଗ ପଞ୍ଚାୟତରେ ପ୍ରଥମେ ପିଠା କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ । ସନ୍ଥପଡା, ବନ୍ତୋଲ ବିଭିନ୍ନ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ପିଠା କାର୍ଯ୍ୟକ୍ରମ ଅନ୍ୟ ଅଞ୍ଚଳ ପରି ତାଳଚେରରେ ମଧ୍ୟ ଫୁଲ୍ ଦମ୍ରେ ଚାଲିଛି । ସରପଞ୍ଚ ଅବନୀକାନ୍ତ ଦେହୁରୀ (ବୁଲା), ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ମହିଳା ସଂଗଠନ, ବିଜୁ ଯୁବ ବାହିନୀର ସଦସ୍ୟ, ସିଡିପିଓ, ବିଡିଓଙ୍କ ସହିତ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଧାୟକଙ୍କ ଯୋଗଦାନରେ ଦେଖିବାକୁ ମିଳିଥିଲା ସାଧାରଣ ଜନତା ଅସି ନିଜ ନିଜର ଅଭିଯୋଗ ସହିତ ଅଞ୍ଚଳ ସମସ୍ୟା ଉପରେ ଆଲୋଚନା କରିଥିଲେ । ନୀରବର ସହିତ ସମସ୍ତ କଥା ବୁଝି ଲେଖି ରଖିଥିଲେ ବିଧାୟକ ।

error: Thank You Keep Visiting