ସେସୁର ବେପରୁଆ ନିତୀ ପାଇଁ ବିପଦରେ ଜନ ଜୀବନ

Straight to the Point

ତାଳଚେର : ତାଳଚେର ସହରର ମଧ୍ୟ ଭାଗରେ ହାଟତୋଟା ମା ଦକ୍ଷିଣ କାଳୀ ମନ୍ଦିର ପଛ ପାଖରେ ପ୍ରାୟ ୧୩ ଏକର ବ୍ୟାସାର୍ଦ୍ଧରେ ପୋଖରୀ ଅଛି । ପୋଖରୀ ପାଣିରେ ଭରପୁର । ସ୍ଥାନୀୟ ଲୋକମାନେ ଓ ଭକ୍ତ ଦର୍ଶନ ପାଇଁ ଏଠାରେ ହାତ ଗୋଡ ଧୋଇ ହେବା ସହ ଗାଧୁଆ ପାଧୁଆ ମଧ୍ୟ କରିଥାନ୍ତି । ସେସୁର ୧୧ କେଭି ବିଦ୍ୟୁତ ତାର ପୋଖରୀ ମଧ୍ୟ ଭାଗରେ ଯାଇଅଛି । ଅଞ୍ଚଳବାସୀ ବହୁ ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ନାହିଁ । ମା ଦକ୍ଷିଣ କାଳୀଙ୍କ କୃପାରୁ କିଛି ଅଘଟଣ ହୋଇ ନାହିଁ । ସେସୁ କର୍ତ୍ତୁପକ୍ଷ ବା ପ୍ରଶାସନ ଦୃଷ୍ଟି ନ ଦେଲେ କମଳାଙ୍ଗ ରେ ଯେମିତି ହାତୀ ବିଦ୍ୟୁତ ତାର ସଂପର୍ଶରେ ଆସି ମୃତ୍ୟୁ ହେଲା, ସେପରି ଘଟି ପାରେ ।

error: Thank You Keep Visiting