ତାଳଚେର ସହର ଉପକଣ୍ଠରେ ହାତୀ ପଲ, ସ୍ଥାନୀୟ ଲୋକେ ଆତଙ୍କିତ

Straight to the Point

ତାଳଚେର : ତାଳଚେର ସହର ଉପକଣ୍ଠ ଇଲାକାକୁ ଗତ ରାତିରେ ହାତୀପଲ ପଶି ଆସିବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି । କିଶୋରୀପାଳ – ଗିରିଗିରଆ ସାହି ନିଟକରେ ରାକେଶ ବେହେରା (୨୦) ନାମକ ଜଣେ ଯୁବକ ରାତିରେ ମଟର ସାଇକେଲରେ ଫେରୁଥିବା ବେଳେ ହାତୀପଲ ହାବୁଡରେ ପଡି ଯାଇଥିଲେ । ରାତି ପ୍ରାୟ ୧୧ ଟା ବେଳେ ତାଳଚେର ଥାନା ଅନ୍ତର୍ଗତ କିଶୋରପାଳ ଗ୍ରାମର ରାକେଶ କାମ ସାରି ନଜ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ରାକେଶଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି । ଚିକିତ୍ସା ପାଇଁ ସେ ତାଳଚେର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳକୁ ତାଳଚେର ବନ ବିଭାଗ କର୍ମଚାରୀ ଓ ପୁଲିସ୍ ପହଞ୍ôଚ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଏହି ପଲରେ ୮/୧୦ ଟି ହାତରୀ ଥିବା ଜଣା ପଡିଛି ।

ସ୍ଥାନୀୟ ଲୋକେ ରାତି ଅନିଦ୍ରା ହୋଇ ହାତୀପଲ ଉପରେ ନଜର ରଖିଥିଲେ । ସେହିପରି ବହ୍ଲର ଛକ ନିକଟସ୍ଥ ସନ୍ଥପଡା ଗ୍ରାମରେ ରାତିରେ ହାତୀପଲ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ଦଳରେ ପ୍ରାୟ ୧୮ ଟି ହାତୀ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତାଳହେଚର ବ୍ଲକ ଅନ୍ତର୍ଗତ ଦାସନାଳୀ, ଝାଡିଆମ୍ବ, ସନ୍ଥପଡା, ଗୁରୁଜାଙ୍ଗୁଲି, ଲିଙ୍ଗରାକଟା, କଙ୍କିଳି, ଗୁରୁଜାଙ୍ଗ, ବେଲପଡା ଅଞ୍ଚଳରେ ଏହି ହାତୀପଲ ଉପଦ୍ରବ ଚଳାଇଛନ୍ତି । ବନ ବିଭାଗ ପକ୍ଷରୁ ଘଉଡାଇଲେ ହାତୀପଲ ଅଞ୍ଚଳ ଛାଡି ଯାଉ ନାହାଁନ୍ତି ।

error: Thank You Keep Visiting