ତାଳଚେରର ଯୁଗଳ ବାବାଙ୍କ ଦେହାନ୍ତ

Straight to the Point

ତାଳଚେର: ତାଳଚେର ଅଂଚଳର ଜଣାଶୁଣା ମା’ ମଙ୍ଗଳା ପୂଜକ ଯୁଗଳ କିଶୋର ରାଉତ (ଯୁଗଳ ବାବା) ଗତକାଲି ରାତ୍ରୀ ୧୦.୩୦ ମି. ସମୟରେ ଇହଧାମ ପରିତ୍ୟାଗ କରଛନ୍ତି । ଆଜୀବନ ମା’ ମଙ୍ଗଳାଙ୍କ ସେବାରେ ବର୍ତୀ ଥାଇ ଝଡାଫୁଙ୍ଖା, ସାପ କାମୁଡା, ବିଭିନ୍ନ ପ୍ରକାର ଛୋଟ ପିଲାଙ୍କ ଭୌତିକ ସମସ୍ୟା ଥିଲେ ତାହାର ଉପଚାର କରୁଥିଲେ । ଏହାଛଡା ତାଙ୍କର ପ୍ରତିଷ୍ଠିତ ଦଣ୍ଡନୃତ୍ୟ ତାଳଚେର, ଢେଙ୍କାନାଳ, ଅନୁଗୋଳ ପ୍ରଭୃତି ଜିଲ୍ଲାରେ ବେଶ୍ ପ୍ରସିଦ୍ଧି ଲାଭ କରି ଦର୍ଶକ ମାନଙ୍କ ମନ ମୋହିଥିଲା । ଦଣ୍ଡରେ ଆଧୁନିକତା ପ୍ରଥମେ ସ୍ପର୍ଷ କରାଇ ମାଇକ୍ ସାଉଣ୍ଡ ବ୍ୟବସ୍ଥା ପ୍ରଚଳିତ କରାଇ ଯୁଗଳ ଦଣ୍ଡ ଭାବେ ଖ୍ୟାତି ଅର୍ଜନ କରିଥିଲେ ।

ତାଙ୍କ ଚେଷ୍ଟାରେ ବାବା ଆଖଣ୍ଡଳମଣି ମନ୍ଦିର ବ୍ରାହ୍ମଣୀ ନଦୀ କୂଳରେ ପ୍ରତିଷ୍ଠିତ ହୋଇଅଛି । ସେ ଜଣେ ମିଷ୍ଟ ଭାଷି ଓ ଜନପ୍ରିୟ ବ୍ୟକ୍ତି ଭାବେ ତାଳଚେର ତଥା ଅନ୍ୟାନ୍ୟ ଅଂଚଳରେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁରେ ପାଲଲହଡାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଦୁଃଖ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଆତ୍ମର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ । ସେ ବହୁ ଦିନ ହେଲା ଶଯ୍ୟାସାୟୀ ଥିଲେ ।

ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ପୂର୍ବତନ କାଉଁନ୍ସିଲର ଜିତେନ୍ଦ୍ର ଦାସ, ପ୍ରକାଶ ମହାରଣା, ଡ. ସିଦେ୍ଧଶ୍ୱର ମିଶ୍ର, ଡ. ନିଳମଣି ସାହୁ, ଆନନ୍ଦ ଦାସ, ଅକ୍ଷୟ ମହାନ୍ତି ସ୍ମୃତି ୱେଲ ଫେୟାର ସୋସାଇଟି ଓ ନେତାଜୀ ସୁବାଷ ବୋଷ ସ୍ମୃତି ସଦନ, ସାମ୍ବାଦିକ ମନୋଜ କୁମାର ମହାପାତ୍ର ଓ ପ୍ରକାଶ ସାହୁ, ସିତିକାନ୍ତ ବାରିକ, ଜିତେନ୍ଦ୍ର ମହାପାତ୍ର, ଚିତରଂଜନ ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଥିଲେ । ଆଜି ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ମା ମଙ୍ଗଳା ପୀଠରୁ ବାହାରି ସହର ପରିକ୍ରମା କରାଯାଇ ନିକଟସ୍ଥ ଶ୍ମଶାନକୁ ନିଆଯାଇଥିଲା ।

error: Thank You Keep Visiting