ଭାରତର ସର୍ବ ପ୍ରଥମ ଦିବଂଗତ ସାମ୍ବାଦିକ ଓ ଓଡ଼ିଆ ରାଜ୍ୟପାଳ ସ୍ମୃତି କ୍ରୀଡ଼ା ଓ କଳା ମହୋତ୍ସବ

Straight to the Point

ଭୁବନେଶ୍ୱର: ସମାଜସେବୀ ସ୍ୱର୍ଗତ ମହେଶ୍ୱର ଦାଶଙ୍କ ସ୍ମୃତିରେ ଗଠିତ ଦୀନ ମହେଶ୍ୱର ସେବା ପରିଷଦ ଓ ସତ୍ୟଭାମା ଦେବୀଙ୍କ ସ୍ମୃତିରେ ଗଠିତ ଶ୍ରୀ ସାଇ ସତ୍ୟସେବା ପ୍ରତିଷ୍ଠାନର ମିଳିତ ସହଯୋଗରେ ଚଳିତ ବର୍ଷ ବିୟୋଗ ସାମ୍ବାଦିକ, ଓଡ଼ିଆ ରାଜ୍ୟପାଳଙ୍କ ଓ ସମାଜସେବୀଙ୍କ ସ୍ମୃତିରେ ୨୨ତମ ରାଜ୍ୟସ୍ତରୀୟ କ୍ରୀଡ଼ା ଓ କଳା ମହୋତ୍ସବ ନାଚୁଣୀ, ଖୋର୍ଦ୍ଧାଠାରେ ଅନୁଷ୍ଠିତହେବ । ଏହା ଚଳିତ ବର୍ଷ ୨୧ ଡିସେମ୍ବରଠାରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହିବ । କ୍ରୀଡ଼ା ବିଭାଗରେ ବଡ଼ି ବିଲଡ଼ିଂ, କବାଡ଼ି, ଭଲିବଲ, କ୍ୟାରମ, ଚେସ୍, ପସା, ସ୍ଳୋ ସ୍ପିଡି ସାଇକେଲ ରେସ୍, ଦଉଡ଼ି ଡ଼ିଆଁ, ପୁଚି ଖେଳ ଓ ମ୍ୟୁଜିକ୍ ଚେୟାର ରହିଥିବାବେଳେ, ସାଂସ୍କୃତିକ ବିଭାଗରେ ପାଲା, ଦାସକାଠିଆ, ସଂକୀର୍ତ୍ତନ, ସଙ୍ଗୀତ, ସମସ୍ତ ପ୍ରକାର ଏକକ ଓ ଗ୍ରୁପ୍ ଅଭିନୟ ଓ ନୃତ୍ୟ, ସମସ୍ତ ବାଦ୍ୟଯନ୍ତ୍ର, ସ୍କୁଲ ଟ୍ୟାଲେଣ୍ଟ ସୋ’, ଘୋଡ଼ା ନାଚ, ବ୍ୟଙ୍ଗ କବିତା ଆସର, କମେଡ଼ି, ଫ୍ୟାସନ ରାମ୍ପ ସୋ’, ୫୮- ଚିଲିକା ସୁନ୍ଦରୀ, ରଙ୍ଗୋଲି (ଝୋଟି, ଚିତା), ହୁଳହୁଳି, ଝିଅ କାନ୍ଦଣା, ସ୍ତ୍ରୀ ରାନ୍ଧଣା ଓ ମଞ୍ଚ ସଂଯୋଜକ (ଆଙ୍କର) ବିଭାଗରେ ପୁରୁଷ, ସ୍ତ୍ରୀ, ୩ୟ ଲିଙ୍ଗୀ ଓ ଭିନ୍ନକ୍ଷମ ଭାଗନେଇ ପାରିବେ ।

କ୍ରୀଡ଼ାରେ ସର୍ବ ମୋଟ ୭୨ ଗୋଟି ଟିମ୍ ଯୋଗ ଦେବା ସହ କଳାରେ ଅସଂଖ୍ୟ ପ୍ରତିଯୋଗୀ ଭାଗନେଇପାରିବେ । କଳା ନିମନ୍ତେ ପୁରସ୍କାର ୧ଲକ୍ଷ ଟଙ୍କା ଓ କ୍ରୀଡ଼ା ନିମନ୍ତେ ୭୦ହଜାର ପୁରସ୍କାର ରାଶି ରଖାଯାଇଅଛି । ଏହି ଉତ୍ସବରେ ସର୍ବମୋଟ ୪ ଲକ୍ଷ ଟଙ୍କାର ଏକ ବଜେଟ୍ ଧାର୍ଯ୍ୟ ହୋଇଅଛି । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ସମାଜସେବୀ, ସ୍ୱାଧିନତା ସଂଗ୍ରାମୀ, କଳାକାର, କ୍ରୀଡ଼ାବିତ, ସଙ୍ଗଠକ, ଜନନେତା ଶିକ୍ଷାବିତ୍ ଓ ସର୍ବୋଚ୍ଚ ସାମ୍ବାଦିକମାନେ ଅତିଥି ହିସାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ସ୍ତରର ଭିନ୍ନକ୍ଷମ ଖେଳାଳୀ ଅରୁଣିମା ସିହ୍ନା ଓ ରାଷ୍ଟ୍ରପ୍ରତି ପୁରସ୍କାର ପ୍ରାପ୍ତ ଶିଶୁ ନିର୍ଦ୍ଦେଶକ କିସନ୍ ଦା ଯୋଗଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏହା ଭାରତର ସର୍ବ ପ୍ରଥମ ଅନୁଷ୍ଠାନ, ଯେ କି ଓଡ଼ିଆ ରାଜ୍ୟପାଳ ଏବଂ ସାମ୍ବାଦିକ ସ୍ମୃତି କ୍ରୀଡ଼ା ଓ କଳା ମହୋତ୍ସବର ଆୟୋଜନ କରୁଛି । ସାଧାରଣ ଜୀବନରୁ ସାମ୍ବାଦିକତା ଆରମ୍ଭ କରିଥିବା ବ୍ୟକ୍ତି ବିଶେଷ ଅନ୍ତିମ ଜୀବନରେ ଜଣେ ସୁନାମ ଧନ୍ୟ ଯଶସ୍ୱୀ ରାଜ୍ୟପାଳ ଓ ରାଷ୍ଟ୍ରପତି ହୋଇପାରିଛି ଏହା ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଏକ ସମ୍ମାନଜନକ ବାର୍ତ୍ତା । ଏଥିରେ ସ୍ୱର୍ଗତ ଓଡ଼ିଆ ରାଜ୍ୟପାଳ ଲୋକନାଥ ମିଶ୍ର, ବିଶ୍ୱନାଥ ଦାଶ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଚିନ୍ତାମଣୀ ପାଣିଗ୍ରାହୀ, ନିତ୍ୟାନନ୍ଦ କାନୁନ୍ଗୋ, ଜାନକୀ ବଲ୍ଲଭ ପଟ୍ଟନାୟକ, ହରେକୃଷ୍ଣ ମହତାବ ଓ ରାଷ୍ଟ୍ରପତି ଭି.ଭି. ଗିରି, ସ୍ୱର୍ଗତ ସାମ୍ବାଦିକ ବିସ୍ମୟ ମହାନ୍ତି, ଅଚ୍ୟୁତ ନନ୍ଦ ସାହୁ, ବରେନ୍ଦ୍ରକୃଷ୍ଣ ଧଳ, ଗଣେଶ୍ୱର ମିଶ୍ରଙ୍କ ସ୍ମୃତି, ସିନେ ପ୍ରଯୋଜକ ଅମିୟ କୁମାର ପଟ୍ଟନାୟକ, ବସନ୍ତ ନାୟକ, ହର ପଟ୍ଟନାୟକ ଓ ଡା. ଦିବ୍ୟସିଂହ ମିଶ୍ରଙ୍କ ସହିତ ଅନ୍ୟ ସମାଜସେବୀଙ୍କ ସ୍ମୃତିରେ ସମସ୍ତ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯିବ । ଏହା ଦ୍ୱାରା ସମସ୍ତ ଓଡ଼ିଆ ସାମ୍ବାଦିକମାନଙ୍କର ଆଦର୍ଶ ଓ ଖ୍ୟାତି ବିଶ୍ୱ ଜନତାଙ୍କ ନିକଟରେ ପହଞ୍ôଚବା ସହ ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳିପାରିବ ।

ପ୍ରତିଯୋଗୀତାରେ ଭାଗନେବାକୁ ଚାହୁଁଥିବା ଖେଳାଳୀ ଓ କଳାକାରମାନେ ବିନା ଗ୍ରାଉଣ୍ଡ ଫି’ରେ ଭାଗନେବାକୁ ଅନୁଷ୍ଠାନର ସମ୍ପାଦକ ଦୁନିଆ ଦାଶ, ନାଚୁଣୀ ଖୋର୍ଦ୍ଧା, ମୋବାଇଲ- ୭୯୭୮୧୧୮୯୯୩ ଓ ୯୮୫୩୯୯୧୨୫୧ରେ ଯୋଗାଯୋଗ କରିବାକୁ ଅନୁରୋଧ । ପ୍ରତି ବର୍ଷ ଭଳି ଏହି ବର୍ଷ କ୍ରୀଡ଼ା ଓ କଳା କ୍ଷେତ୍ରରେ ଉକ୍ରର୍ଷତା ପାଇଁ ଜଣେ ସାମ୍ବାଦିକଙ୍କୁ ସ୍ୱର୍ଗତ ମହେଶ୍ୱର ଦାଶ ସ୍ମୃତି ସମ୍ମାନ ୨୦୧୮ ଓ ପ୍ରଥମ କରି ଜଣେ ମହିଳା ସାମ୍ବାଦିକାଙ୍କୁ ସ୍ୱର୍ଗତ ସତ୍ୟଭାମା ଦେବୀସ୍ମୃତି ସମ୍ମାନ ୨୦୧୮ ପୁରସ୍କାର ରାଶି, ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ମାନିତ କରାଯିବ । ଏହାଦ୍ୱାରା ପ୍ରତ୍ୟେକ ସାମ୍ବାଦିକମାନଙ୍କ ନିଜ କାର୍ଯ୍ୟ ପ୍ରତି ଆତ୍ମବିଶ୍ୱାସ ସୁଦୃଢ଼ ହୋଇପାରିବ । ଏହି ମହୋତ୍ସବକୁ ଜନତା ମାଗଣାରେ ଉପଭୋଗ କରିବା ସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କୁଇଜ୍ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନେକ ଦର୍ଶକ ପୁରସ୍କାର ଜିତି ପାରିବେ । ଏହିଠାରେ ସମସ୍ତ ଷ୍ଟଲଗୁଡ଼ିକୁ ବିନାମୂଲ୍ୟରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଅଛି । ପ୍ରତ୍ୟେକ ଦିନ ସକାଳ ୮ ଘଟିକାରେ କ୍ରୀଡ଼ା କାର୍ଯ୍ୟକ୍ରମ ଓ ସନ୍ଧ୍ୟା ୬ ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଏତଦ୍ବ୍ୟତୀତ ଗୋଟିଏ ଦିନ ବ୍ଲଡ଼ ଡୋନେସନ କ୍ୟାମ୍ପ, ଆଇ କ୍ୟାମ୍ପ ଓ ଗୋପୀନାଥ ନର୍ସିଂହୋମ (ସାକ୍ଷୀଗୋପାଳ) ଦ୍ୱାରା ମାଗଣାରେ ପ୍ରତ୍ୟେକ ପ୍ରକାର ଡାକ୍ତରୀ ଚିକିିତ୍ସା କରାଯିବାର କାର୍ଯ୍ୟକ୍ରମ ରହିଅଛି । ଆଜିର ପ୍ରେସ୍ମିଟ୍ରେ ଆନ୍ନାହଜାରେ ଆନ୍ଦୋଳନର ଯୁବ ବନ୍ଧୁ ସଙ୍ଗଠକ ତଥା ଅନୁଷ୍ଠାନର ଚେୟାରମ୍ୟାନ ଡଃ ରମାବଲ୍ଲଭ ଦାଶ, ସିନେ କଳାକାର ଯୁବ ସଙ୍ଗଠକ ସାତ୍ୟକି ମଶ୍ର, ସି.ସି.ଆଇ.ଏମ୍ ଭାରତର ରାଜ୍ୟ ସଙ୍ଗଠକ ତଥା ଜି.ଏ. ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡା. ସୁଦର୍ଶନ ବେହେରା, ଅଧ୍ୟାପକ ଗଙ୍ଗାଧର ଦାଶ, ଶିକ୍ଷାବିତ୍ ଡଃ ସୁଶାନ୍ତ କୁମାର ସାହୁ, ଡଃ ପତିତପାବନ, ଅଧ୍ୟାପିକା ମମତା ଦାଶ ଓ ସମାଜସେବୀ ସଂଘମିତ୍ରା ନନ୍ଦ, ସମସ୍ତ ସମ୍ବାଦ ପତ୍ର ଓ ଗଣମାଧ୍ୟମର ସର୍ବୋଚ୍ଚ ସାମ୍ବାଦିକମାନେ ଯୋଗ ଦେଇ ଏହି ସାମ୍ବାଦିକ ସ୍ମୃତି ମହୋତ୍ସବ କିପରି ସାଫଲ୍ୟ ହୋଇପାରିବ ଆଲୋଚନା କରିଥିଲେ ।

error: Thank You Keep Visiting