ଶାରଳା ମହାବିଦ୍ୟାଳୟରେ ଅନିୟମିତତା,ଥାନାରେ ଅଭିଯୋଗ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମାଠାରେ ଥିବା ସୁଖ୍ୟାତି ସଂପନ୍ନ ଶାରଳା ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରିଚାଳନା କମିଟି ସଦସ୍ୟ ବୃନ୍ଦ, ଜଗତସିଂହପୁର ସାଂସଦ ଡ.କୂଳମଣୀ ସାମଲ, ତାଳପଡା ସରପଞ୍ଚ ମମତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କଲେଜରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ସାଂସଦଙ୍କ ସମେତ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଆଲୋଚନା କରିବା ସମୟରେ ୬୦ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ପରିଚାଳନା କମିଟି ଓ ଅନ୍ୟକର୍ମକର୍ତ୍ତାଙ୍କ ଅନୁମୋଦନ ବିନା କଲେଜ ଅଧ୍ୟକ୍ଷ କିଣିଥିବା ସଂପର୍କରେ ଜାଣିବାକୁ ମିଳିଥିଲା ।

ଏଥିସହିତ କଲେଜ ଉନ୍ନୟନ କାର୍ଯ୍ୟପାଇଁ ଆସୁଥିବା ଅନୁଦାନ ରାଶିକୁ ସୁବିନିଯୋଗ ହୋଇ ପାରୁନଥିବା ନେଇ ସଦସ୍ୟ ବୃନ୍ଦ ଜାଣିବାକୁ ପାଇ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଅଧ୍ୟକ୍ଷ ଉତ୍ତେଜିତ ହୋଇ ଅଶାଳୀନ ମନ୍ତବ୍ୟ ବ୍ୟବହାର କରିବାନେଇ ତିର୍ତ୍ତୋଲ ଥାନାରେ ସମାଜସେବୀ ତଥା ପରିଚାଳନା କମିଟିର ସଦସ୍ୟ ସୁନାକର ବେହେରା ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଏଥିସହିତ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଛାତ୍ର ଅଭିଭାବକ, ବୁଦ୍ଧିଜୀବୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପରି·ଳନା କମିଟି ପକ୍ଷରୁ ମଧ୍ୟ ଦାବୀ କରାଯାଉଛି । ଅନୀୟମିତତା ସଂପର୍କରେ ତିର୍ତ୍ତୋଲ ଥାନା କେଶ ନଂ ୩୧୬/୧୮ରେ ମାମଲ ରୁଜକରି ତଦନ୍ତ କରୁଥିବା ଥାନାଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting