ରେଳ ମନ୍ତ୍ରଣାଳୟର ଦୁଧିଆଳି ଗାଈ ତାଳଚେର ଷ୍ଟେସନ୍:ଅବସ୍ଥା ନକହିଲେ ଭଲ

Straight to the Point

ତାଳଚେର : କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ (ଦୁଧିଆଳି ଗାଈ) ତାଳଚେର ରେଳ ଷ୍ଟେସନ୍ । ଏମ୍.ସି.ଏଲ୍. ର ହିଙ୍ଗୁଳା କୋଇଲା ଖଣି, ବଳରାମ କୋଇଲା ଖଣି, ଭରତପୁର କୋଇଲା ଖଣି, ଅନନ୍ତ କୋଇଲା ଖଣି, ଜଗନ୍ନାଥ କୋଇଲା ଖଣି, ଭୁବନେଶ୍ୱରୀ ଓ କଣିହାଁ କୋଇଲା ଖଣି ଏବଂ ଲିଙ୍ଗରଜ କୋଇଲା ଖଣି, ଗ୍ଲୋବାଲ, ସିକଲ, ସ୍ପେକ୍ଟ୍ରମ୍ କୋଲ୍ ୱାସେରୀ ରୁ ପ୍ରାୟ ୫୦ ରୁ ୫୨ ର‌୍ୟାକ୍ କୋଇଲା ପରିବହନ ହୋଇ ରପ୍ତାନୀ ହୁଏ । ରେଳମନ୍ତ୍ରାଳୟ ଏ ଷ୍ଟେସନ୍ ରୁ ଦୈନିକ ପ୍ରାୟ ୧୧ କୋଟି ଟଙ୍କା ଆୟ କରେ । ଉନ୍ନତି ପାଇଁ କୌଣସି ଅର୍ଥ ଦେବାର ନାହିଁ । ଷ୍ଟେସନ୍ ର ଅବସ୍ଥା ନକହିଲେ ଭଲ, ମରାମତି ନାହିଁ କି ସଫା ସୁତରା ନାହିଁ ।

ରନିଂ ରୁମ୍ ରେ ନିମ୍ନ ମାନର ଖାଦ୍ୟ ଇତ୍ୟାଦି । ରାଜ୍ୟରୁ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ଏବଂ ଏ ମାଟି ପୁଅ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ବିଭିନ୍ନ ରାଜ୍ୟର ବାସିନ୍ଦା ଖଣି ଓ ଶିଳ୍ପାଚଂଳ ରେ ଚାକିରୀ କାର୍ଯ୍ୟରତ । କୌଣସି ଏକ୍ସପ୍ରେସ୍ ଟ୍ରେନ୍ ବା ମାତ୍ର ଛୋଟ ଇଂଟରସିଟି ଟ୍ରେନ୍ ଆସିବା ନାହିଁ । ଏ ବାବଦରେ ବହୁ ଆନ୍ଦୋଳନ ହୋଇଛି । ରେଳମନ୍ତ୍ରୀ ସୁରେଶ ପ୍ରଭୁ ଥିବା ସମୟରେ ଏକ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି । କୌଣସି ଫଳ ମିଳିଲା ନାହିଁ । ଖାଲି ପ୍ରତିଶୃତି । ଦିନକୁ ଆୟ ଏ ଷ୍ଟେସନ ଦେଉଛି ୧୧ କୋଟି ବର୍ଷକୁ ପ୍ରାୟ ୪୦୦୦ କୋଟି କିନ୍ତୁ ପାଉଛୁ ଶୂନ ।

error: Thank You Keep Visiting