ଟ୍ରକକୁ ପଛରୁ ପିଟିଲା ଟ୍ରକ୍ , ଘଟଣାସ୍ଥଳରେ ହେଲପର ମୃତ, ଡ୍ରାଇଭର ଫେରାର

Straight to the Point

ଭଦ୍ରକ,(ସିପ୍ରା ରାୟ) – ଆଜି ଭୋର୍ ସମୟରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ବନ୍ତଛକ ଓଭରବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ହେଲପରର ଶୋଚନୀୟ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଓଡି-୦୧ଏଏ-୦୭୭୯ ନମ୍ବର ଯୁକ୍ତ ଏକ ୧୨ ଚକିଆ ଚିପ୍ସ ବୋଝେଇ ଟ୍ରକ୍ ବନ୍ତଛକ ଓଭରବ୍ରିଜ୍ ଉପରେ ଠିଆ ହୋଇଥିବାବେଳେ ଓଡି-୦୯ସି-୩୭୭୮ ନମ୍ବରର ରଡ୍ ବୋଝେଇ ୧୪ ଚକିଆ ଟ୍ରକ୍ ତା ପଛରୁ ଖୁବ୍ ଜୋରରେ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣା ଏଭଳି ଭୟଙ୍କର ଥିଲା ଯେ ଦୁର୍ଘଟଣା ଘଟାଇଥିବା ପଛ ଟ୍ରକଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇ ଝୁଲିପଡିଥିଲା । ଏହି ଦୁର୍ଘଟଣାରେ ଭଣ୍ଡାରିପୋଖରୀ ଥାନା କହରାପୋଖରୀର ପୂର୍ଣ୍ଣ ମୁଣ୍ଡା ଓରଫ ଟୁଟୁ (୨୨) ବର୍ଷର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଖସି ପଳାଇଥିଲା । ଏହି ଦୁର୍ଘଟଣାର ଖବର ପାଇ ସହରାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଦୁଇଟି ଗାଡିକୁ ଜବତ କରିବା ସହ ପଛଗାଡିଟର ମୃତ ହେଲପର ଶବକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାର ଜଣାପଡିଛି ।

error: Thank You Keep Visiting