ମହିଳାଙ୍କୁ ପାଦରେ ଦଳି ଦେଲା ଗଜରାଜ

Straight to the Point

ଝାରସୁଗୁଡ଼ା : ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ଭୋଇମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଭାରତୀ ଖଡ଼ିଆ (୩୦) । ସୂଚନାନୁଯାୟୀ, ସୋମବାର ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ହାତୀ ପାଦରେ ତାଙ୍କୁ ଦଳି ଦେଇଥିବା ଜଣାପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

error: Thank You Keep Visiting