ରୋଗର ସମସ୍ତ ଲକ୍ଷଣରେ ଭରପୂର ଆରୋଗ୍ୟ ପାଣି ପାଉଚ

Straight to the Point

ଭଦ୍ରକ,(ସିପ୍ରା ରାୟ) – ଧାମରା ଅଂଚଳରେ ବିଭିନ୍ନ ବେନାମୀ କମ୍ପାନୀର ପାଣି ପାଉଚର ବ୍ୟାପକ କାରବାର ଚାଲିଥିବା ବେଳେ ଏହି ପାଣି ପାଉଚ ମଧ୍ୟରେ ବିଭିନ୍ନ ଭାସମାନ ପଦାର୍ଥ ଦୃଷ୍ଟି ଗୋଚର ହେଉଛି । ଘଟଣାରୁ ପ୍ରକାଶ ଏହି ସମସ୍ତ ପାଣି ପାଉଚ ନିର୍ମାଣ କରୁଥିିବା କମ୍ପାନୀ ଗୁଡିକ ଏହି ପାଉଚ ଗୁଡିକୁ ବଜାରକୁ ଛାଡିବା ପୂର୍ବରୁ ସରକାରଙ୍କ ଆଇ ଏସ ଆଇ ଏବଂ ଏଫ ଏସ ଏସ ଏ ଆଇ ସାର୍ଟିଫିକେଟ ପାଇବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ ଜାରୀ କରିଛି । ମାତ୍ର ଏହି ସମସ୍ତ ସର୍ତାବଳୀ କେବଳ ସରକାରୀ ବାବୁ ମାନଙ୍କ ପାଖରେ ରହିଯାଉଥିବା ବେଳେ ଏହି ପାଉଚ ନିର୍ମାତା ମାନେ ସରକାରଙ୍କୁ ଟ୍ୟାକ୍ସ ଫାଙ୍କି ଅସ୍ୱାସ୍ଥ୍ୟକର ପରିବେଶରେ ପାଉଚ ନିର୍ମାଣ ସାଙ୍ଗକୁ ବିଭିନ୍ନ ଭାସମାନ ପଦାର୍ଥ ମାନ ପ୍ୟାକିଂ କରି ବଜାରକୁ ଛାଡୁଛନ୍ତି ।

ଏହି ଆରୋଗ୍ୟ ପାଣି ପାଉଚର ନିର୍ମାତା ଯାଜପୁରର ଶୁଭସ୍ମିତା ଏଜେନ୍ସି ହୋଇଥିବା ବେଳେ ମାର୍କେଟିଂ କରୁଥିବା କମ୍ପାନୀ ଭଦ୍ରକ ଜିଲ୍ଲାର( ଶୁଭଶ୍ରୀ ଏଜେନ୍ସି) ବୋଲି ପାଉଚରେ ଉଲ୍ଲେଖ ଅଛି । ମାତ୍ର ଏହି ପାଉଚରେ କେବେ ନିର୍ମାଣ ହୋଇଛି ତାହାର କିଛି ଉଲ୍ଲେଖ ନଥିବା ଜଣାଯାଇଛି । ଏହି ପାଉଚ ଗୁଡିକ ଧାମରା ,ଚାନ୍ଦବାଲି,ମତୋ ,ଘଂଟେଶ୍ୱର ଅଂଚଳରେ ବେଧଡକ ବେପାର କରୁଥିବା ବେଳେ ଏହି ଠକାମୀର ଶିକାର ଧାମରା ସମାଜ ବିତରକ ଶୁଭଙ୍କର ବାରିକ ହୋଇଥିଲେ । ଗୋଟିଏ ପାଣି ପାଉଚ ଖୋଲିବା ପରେ ସେ ଏହି ପାଉଚରେ ବିଭିନ୍ନ ଭାସମାନ ପଦାର୍ଥ ଦେଖିବା ପରେ ସେ ଅନ୍ୟ ଗୋଟିଏ ପାଉଚ ମଗାଇ ଦେଖିବା ପରେ ସେହି ଦୋକାନରେ ଥିବା ସମସ୍ତ ପାଉଚରେ ନିର୍ମାଣ କରୁଥିବା କମ୍ପାନୀ ପ୍ୟାକିଂ ତାରିଖ ଦର୍ଶାଇ ନଥିବାସହ ଏହି ସମସ୍ତ ପାଉଚରେ ବିଭିନ୍ନ ଭାସମାନ ପଦାର୍ଥ ଭାସୁଥିବା ଦୃଷ୍ଟି ଗୋଚର ହୋଇଥିଲା ।

ଏହି ଅଘୋଷିତ ପାଣି ପାଉଚ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ସେ କଣ ହୋଇଛି ଦେଖିବା ବୋଲି କହିବା ସହ ଏ ବିଷୟରେ ଅଭିଯୋଗ ହୋଇ ନଥିଲା ତେଣୁ ସେ ଆଗାମୀ ଦିନରେ ଏ ବିଷୟରେ ଉଚିତ ପଦକ୍ଷପ ନେବେ ବୋଲି କହିଥିଲେ । ମାତ୍ର ରୋଗର ସମସ୍ତ ଲକ୍ଷଣର ଭରପୂର ଥିବା ଆରୋଗ୍ୟ ପାଣି ପାଉଚ ପିଇବା ପରେ ରୋଗୀ ମାନେ ଆରୋଗ୍ୟ ହେବା ପରିବର୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଏହାର ନିଦାନ ପାଇଁ ଭର୍ତି ହେବାକୁ ଯିବାକୁ ମାର୍ଗ ଉନ୍ମୁକ୍ତ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହାର ନିଦାନ ପାଇଁ ବ୍ୟସ୍ଥ ଥିବା ଜଣାଯାଇଛି ।

error: Thank You Keep Visiting