ଅଗ୍ନିକାଣ୍ଡରେ ଳକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Straight to the Point

ଭଦ୍ରକ – ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ବଖରା ଘର ପୋଡ଼ି ଭସ୍ମ ହୋଇଯାଇଛି । ପରେ ଭଦ୍ରକ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ି ନାହିଁ । ପ୍ରାପ୍ତସୂଚନା ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ମୁଲଣାସାହି ଗ୍ରାମର ସେକ୍ ମହିରାଜୁଦ୍ଦିନଙ୍କ ଘରେ ପୂର୍ବାହ୍ନ ୧୦ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ତୀବ୍ର ଥିଲାଯେ ଘର ଭିତରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା । ଖବର ପାଇ ଅଗ୍ନିଶମବାହିନୀର ଦମକଳ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ନଷ୍ଟ ହୋଇଥିବା ସାମଗ୍ରୀର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ । ମହିରାଜୁଦ୍ଦିନ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

error: Thank You Keep Visiting