ଲିଙ୍ଗରାଜ କୋଇଲା ଖଣି କର୍ମଚାରୀ ସୁରେଶ ସାହୁ ଓକିଲଙ୍କ ହୃଦଘାତରେ ମୃତ

Straight to the Point

ତାଳଚେର: ତାଳଚେର ଏମ୍.ସି.ଏଲ୍.ର ଲିଙ୍ଗରାଜ କୋଇଲା ଖଣି ଏଲ୍ ଏଣ୍ଡ ଆର୍ ବିଭାଗର ଅମିନ ତଥା ଓକିଲ ସୁରେଶ ସାହୁଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ଘଟଣାରୁ ପ୍ରକାଶ, ଆଜି ସକାଳ ୫ ଘଟିକା ସମୟରେ ଶ୍ରୀ ସାହୁ ପୁଅକୁ ଦେଖା କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଯିବା ପାଇଁ ତାଳଚେର ଷ୍ଟେସନ୍ କୁ ଯାଇଥିଲେ । ଷ୍ଟେସନ୍ରେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେଠାରେ ଶ୍ରୀ ସାହୁ ଖସି ପଡିଥିଲେ । ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିବା କୁହାଯାଉଛି । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ଲିଙ୍ଗରାଜ କ୍ଷେତ୍ର କାର୍ଯ୍ୟାଳୟ ଓ ତାଳଚେର କୋର୍ଟ ପରିସରରେ ଶୋକର ଛାୟା ଖେଳି ଯାଇଥିଲା । ତାଳଚେର ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ମର ଶରୀରକୁ ତାଳଚେର କୋର୍ଟ ପରିସରକୁ ଅଣାଯାଇଥିଲା । କୋର୍ଟ ପରିସରରେ ସରକାରୀ ଓକିଲ ରାଜେନ୍ଦ୍ର ସିଂ ଡିଙ୍ଗା, ନିର୍ମଳ ତ୍ରିପାଠୀ, ରାଜେନ୍ଦ୍ର ପ୍ରଧାନ, ସମ୍ଭୁନାଥ ବେହେରା, ସନ୍ତୋଷ ସାହୁ, ସୌମେନ୍ଦ୍ର ପ୍ରଧାନ, ଗଣେଶ୍ୱର ରାଏ, ଗଗନ ବେହେରା, କରୁଣାକର ସେଠୀ, ଦିନବନ୍ଧୁ ସାହୁ, ଗିିତିମୟ ରଥ, ରଂଜନ ଘୋଷ, ବାଉରୀବନ୍ଧୁ ବେଜ, ସମେନ୍ଦ୍ର ସିଂ, ସମରେଶ ନାଏକ, ବିଶ୍ୱେଶର ମିଶ୍ର ପ୍ରମୁଖ ୰ ସାହୁଙ୍କ ମରଶରୀରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ଲିଙ୍ଗରାଜ କ୍ଷ୍ରେତର ସ୍ପୋର୍ଟସ ଅର୍ଗାନାଇଜର ହରେଶ ସାହୁ, କାର୍ମିକ ଅଧିକାରୀ ଡ. ରଜନିକାନ୍ତ ଦାସ ଓ ଆଇନ୍ ନିରୀକ୍ଷକ ଚନ୍ଦ୍ର ଶେଖର ମିଶ୍ର ପ୍ରମୁଖ ଆମ ପ୍ରତିନିଧିଙ୍କୁ ଶୋକବାର୍ତା ପଠାଇଛନ୍ତି ।

error: Thank You Keep Visiting