ଗରଦପୁରରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

Straight to the Point

ଭଦ୍ରକ, (ସିପ୍ରା ରାୟ) – ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ଗରଦପୁର ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ି ନାହିଁ । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୨୯ନମ୍ବର ୱାର୍ଡ଼ ଗରଦପୁର ଗ୍ରାମର ଜଗମୋହନ ପଟ୍ଟନାୟକ ଭଡ଼ା ଦେଇଥିବା ଦେକାନ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ରଘୁ ଗହାଣଙ୍କ ତେଜରାତି ଦୋକାନ, ଅଶୋକ ମାଝୀଙ୍କ କୃଷି ସରଂଜାମ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲା । ସେହିପରି ସୁରେଶ ସେଠୀ ଓ ସନାତନ ସେଠୀଙ୍କ ୪ଟି ଧାନ ବଦାଡ଼ି ମଧ୍ୟ ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଛି । ଅଗ୍ନିବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରାକ୍ତନ ପାରିଷଦ ଅଶୋକ ମହାପାତ୍ର ଦାବି କରିଛନ୍ତି ।

error: Thank You Keep Visiting