ଜିଲ୍ଲା ବିଜେପି ପକ୍ଷରୁ ବାଜପେୟୀ ଜୟନ୍ତୀ ପାଳିତ

Straight to the Point

ଭଦ୍ରକ (ସିପ୍ରା ରାୟ) – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ୯୪ତମ ଜୟନ୍ତୀ ଉତ୍ସବ ଜିଲ୍ଲା ବିଜେପି ପକ୍ଷରୁ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ ଯୋଗ ଦେଇ ସ୍ୱର୍ଗତ ଅଟଳଜୀ ଭାରତ ବର୍ଷ ପାଇଁ ପ୍ରେରଣା ଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଭାରତରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଥିଲା । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କୀ ନଦୀ ସଂଯୋଗୀକରଣ ଯୋଜନା ହେଉ ସବୁ ଅଟଳଜୀଙ୍କ ଅବଦାନ ବୋଲି କହିଥିଲେ । ସଭାପତି ଶ୍ରୀ ଧଳ ତାଙ୍କ ବକ୍ତବ୍ୟରେ ଅଟଳଜୀଙ୍କ ପରି ଯୁଗଜନ୍ମା ପୁରୁଷ ଆଉ ଥରେ ଯେ ପୁଣି ଜନ୍ମ ନେବେ ତାହା ଅସମ୍ଭବ ମନେ ହୁଏ । ତାଙ୍କର ଆଦର୍ଶ ଚିନ୍ତାଧାରା, ସୁସ୍ଥ ମାନସିକତା ବିରୋଧୀଙ୍କ ମୁହଁ ବନ୍ଦ କରିଦେଉଥିଲା ବୋଲି କହିଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ ଯୋଗ ଦେଇ ବାଜପେୟୀ ବିଜେପିର ଆଦର୍ଶ । ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳୀୟ ସଂଗଠନର ଅଭିବୃଦ୍ଧି ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି କହିଥିଲେ । ଏହି ଜୟନ୍ତ୍ରୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପଢିଆରୀ, ପ୍ରଭାତ ଜେନା, ଜିଲ୍ଲା ଉପସଭାପତି ତପନ ମହାନ୍ତି ଓ ଅମ୍ବିକା ଦାସ, ଅନିଲ ବେହେରା, ମମତା ବେହେରା, ଲିପିକା ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

error: Thank You Keep Visiting