ସବଳ ହୋଇପାରୁନି ତିନି ଉପକୂଳ ଥାନା;ବନ୍ଧୁକ, ଗୁଳି, ବୋଟ୍, କର୍ମଚାରୀ ଅଭାବ,ଦୁଇ ଇନ୍ସିପେକ୍ଟର ପଦବୀ ଖାଲି

Straight to the Point

ଭଦ୍ରକ(ସିପ୍ରା ରାୟ) – ଆତଙ୍କବାଦୀମାନେ ଆଉ ସ୍ଥଳ ପଥରେ ଆସୁନାହାଁନ୍ତି । ଜଳ ପଥକୁ ସୁଗମ ଭାବିଛନ୍ତି ସେମାନେ । ତେଣୁ ଜଳପଥ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସରକାର ଧ୍ୟାନ ଦେଉଛନ୍ତି । ଭଦ୍ରକ ଜିଲାରେ ଧାମରା ମୁହାଁଣ ମୁହଁରୁ ଚୂଡାମଣି ମୁହାଁଣ ଯାଏ ୫୪ କିଲୋମିଟର ସମୁଦ୍ର ପଥକୁ ଜଗିବା ପାଇଁ ୩ଟି ମେରାଇନ୍ ଥାନା କାମ କରୁଛି । ହେଲେ ଏହି ୩ଟି ଥାନାର ଅବସ୍ଥା ନକହିବା ଭଲ । ଧାମରା ମେରାଇନ୍ ଥାନା ପାଇଁ ୪୫ ଜଣ କର୍ମଚାରୀ କାଗଜପତ୍ରରେ ଘୋଷିତ ହୋଇଥିଲେ ମଧ୍ୟ ଏବେ ଏହା ମାତ୍ର ୬ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମରା ମେରାଇନ୍ ଥାନା ମୁରବୀହୀନ ଭଳି ଗୋଟିଏ ମାସ ହେଲା କାର୍ଯ୍ୟ କରୁଛି । ଏହି ଥାନାର ଇନ୍ସିପେକ୍ଟର ମୋନାଲିସା କରଙ୍କୁ ତରବରିଆ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଧାମରା ବନ୍ଦର ଗେଟ୍ ଆଗରେ ନୂଆ ଧାମରା ଥାନା ଖୋଲାଯିବାରୁ ୨୪ ଘଣ୍ଟିଆ ଆଦେଶ ବଳରେ ନୂଆ ଥାନା ଦାୟିତ୍ୱ ଦିଆଗଲା । ନୂଆ ଧାମରା ଥାନା ବିନା ବନ୍ଧୁକ ଗୁଳି ଗୁଳାରେ ଆଜିଯାଏଁ କାର୍ଯ୍ୟ କରୁଛି । ଧାମରା ଥାନାର ନିଜସ୍ୱ ଗାଡି ନାହିଁ । ବନ୍ଦର କର୍ତ୍ତୃପକ୍ଷଙ୍କ ହାତଟେକା ସାହାଯ୍ୟ ଗାଡିରେ ଧାମରା ତାନା କାମ କରୁଛି ।

ଏହି ଥାନାର ଇନ୍ସିପେକ୍ଟର ମୋନାଲିସା କରଙ୍କୁ ଜିଲା ଏସ୍ପି ଗୋଟିଏ ସପ୍ତାହ ହେଲା କାଢି ନେଇଛନ୍ତି । ଧାମରା ଥାନା ଏବେ ଜଣେ ସବ୍ ଇନ୍ସିପେକ୍ଟରଙ୍କ ଦାୟିତ୍ୱରେ ଯାହାକି ଜଣେ ଏଏସ୍ଆଇ ଓ ୫ ଜଣ କନେଷ୍ଟବଳଙ୍କୁ ନେଇ କାର୍ଯ୍ୟ କରୁଛି । ସେହିପରି ଧାମରା ମେରାଇନ୍ ଥାନା ଇନ୍ସିପେକ୍ଟର ମୋନାଲିସା କର ଯିବା ପରେ ଜିଲା ପୁଲିସ୍ ଏସ୍ପି ଚାନ୍ଦବାଲି ତାନାରୁ ଜଣେ ସବ୍ ଇନ୍ସିପେକ୍ଟରଙ୍କୁ ନେି ଧାମରା ଏବଂ ଧାମରା ମେରାଇନ୍ ଥାନାର ଦାୟିତ୍ୱ ଶ୍ରୀକାନ୍ତ ପତିଙ୍କୁ ଦେଇଛନ୍ତି । ୪ ଜଣ କନେଷ୍ଟବଳ, ୧ ଜଣ ହାବିଲଦାର, ୧ ଜଣ ଏଏସ୍ଆଇଙ୍କୁ ନେଇ ଏହି ମେରାଇନ୍ ଥାନା କାମ କରୁଛି । ଏହି ଧାମରା ମେରାଇନ୍ ଥାନାକୁ ଦିଆଯାଇଥିବା ୩ଟି ଅତ୍ୟାଧୁନିକ ପାୱାର ବୋଟ୍ ଏବେ ଅଚଳ ହୋଇପଡିଛି । ସେଥିରୁ ଗୋଟିଏ ପେଟ୍ରୋଲ ଚାଳିତ ଓ ଦୁଇଟି ଡିଜେଲ ଚାଳିତ । ସେହିପରି ଚୂଡାମଣି ମେରାଇନ୍ ଥାନାର ଅବସ୍ଥା ତଦୃପ । ଏହି ଥାନାର ଇନ୍ସିପେକ୍ଟରଙ୍କୁ ଭଣ୍ଡାରିପୋଖରୀକୁ ତରବରିଆ ଭାବେ ନିଆଯାଇଛି । ସେଠାକାର ଥାନା ଅଧିକାରୀ ଭିଜିଲାନ୍ସ ଟ୍ରାପ୍ରେ ପଡିବାରୁ ଚୂଡାମଣି ମେରାଇନ୍ ଥାନାକୁ ଖାଲି କରି ସେଠାକୁ ନିଆଯାଇଛି । କଷିଆ ଥାନାର ଅବସ୍ଥା ମଧ୍ୟ ଏକା ।

ଧାମରା ଥାନାର ଇଲାକା ୧୨ ନଟିକାଲ ମାଇଲ୍ । ଭଦ୍ରକ ଜିଲାର ସମୁଦ୍ର କୂଳ ବିଶେଷକରି ଧାମରା ବନ୍ଦର ଓ ହ୍ୱିଲରଦୀପ କ୍ଷେପଣାସ୍ତ୍ର ଘାଟି ପାଇଁ ଅତି ସମ୍ବେଦନଶୀଳ ଇଲାକା ଭାବେ ପରିଚିତ । ଏହି ୫୪ କିଲୋମିଟର ସମୁଦ୍ର ପଥର ସୁରକ୍ଷା ଦେଶ ପାଇଁ ଅତି ଜରୁରୀ । କିନ୍ତୁ ସମୁଦ୍ର କୂଳକୁ ଜଗିବା ପାଇଁ ଯେଉଁ ଢିଲା ବ୍ୟବସ୍ଥା ତାହା ଧର୍ମକୁ ଆଖି ଠାର ଭଳି କାର୍ଯ୍ୟ କରୁଛି । ଜିଲା ଅଧିକାରୀ କୁହନ୍ତି ଆମ ପାଖରେ ୩ଟି ମେରାିନ୍ ବୋଟ ରହିଛି । କିନ୍ତୁ ସେହି ୩ଟି ବୋଟ୍ ଏବେ ଅଚଳ । ସେ ଯାହା ହେଉନା କାହିଁକି ମେରାଇନ୍ ଥାନାର ପୁଲିସ୍ ମାନଙ୍କୁ ବିନା ବନ୍ଧୁକ ଗୁଳି ଓ ପଇଁତରା ମାରିବା ପାଇଁ ବିନା ବୋଟରେ କେମିତି ସମୁଦ୍ର କୂଳ ସୁରକ୍ଷା ହେବ, ତାହା ପ୍ରଶ୍ନବାଚୀ ହୋଇ ରହିଛି । ଧାମରା ଅଂଚଳରେ ପାକିସ୍ଥାନ ପଡାଭାବେ ପରିଚିତ ବିନୋବାନଗର, ଦୋଷିଙ୍ଗା, କଇଥଖୋଲା, କରଂଜମାଳ, ବାଲିସାହି, ସୁରଜପ୍ରସାଦ, ଅମରନଗର, ସାବିତ୍ରୀ, ସରାଇ, ବିଦ୍ୟୁତପ୍ରଭା ଆଦି ଅଂଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ତତ୍କାଳୀନ ନାୟକାଣୀଡିହି ଥାନାଧିକାରୀ ଓ ବାଂଶଡା ଥାନାଧିକାରୀ ଏହି ଅଂଚଳରେ ବୁଲି ବୁଲି ଦେଶାନ୍ତର ଛାଡ ନୋଟିସ୍ ବାଣ୍ଟିଥିଲେ, ତାହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ ।

error: Thank You Keep Visiting