ହଜାର ହଜାର କର୍ମିଙ୍କ ସହିତ ବିଧାୟକ ପାଳନ କଲେ ୨୧ତମ ବିଜେଡି ପ୍ରତିଷ୍ଠା ଦିବସ
ଖମାର:-ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୪୫ ଟି ପଂଚାୟତର ୪୩୬ଟି ୱାର୍ଡର ବିଜେଡି କାର୍ଯ୍ୟକର୍ତା ଖମାର ବିଦ୍ୟୁତ୍ ଟ୍ରାନସଫରମର ଠାରୁ ପ୍ରାୟ ୧୦ ହଜାର କର୍ମିଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ପଦଯାତ୍ରାରେ ସତ୍ୟବନ୍ଧ ଦଶହରା ପଡିଆ ଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଉକ୍ତ ସଭାରେ ସ୍ଥାନୀୟ ବିଧାୟକ ମହେଶ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା କ୍ଷୀରୋଦ୍ରୀ ବେହେରା, ଛାମୁଆ ସଂଗଠନର ସଭାପତି ମାନେ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖି କାର୍ଯ୍ୟ ଗୁଡିକ ଉପରେ ଆଲୋଚନା କରିଥିଲେ । ଶେଷରେ ପାଲଲଡହା ବ୍ଲକ କାର୍ଯ୍ୟକାରୀ ସଭାପତି ଯୋଗେଶ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।