ଏଚ୍.ଏମ୍.ଏସ୍. ର ବର୍ଷିଆନ୍ ନେତା ବ୍ରହ୍ମାଶଙ୍କର ମିଶ୍ରଙ୍କୁ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧନା

An Independent Media

ତାଳଚେର: ତାଳଚେର ହାଟତୋଟା ଠାରେ ଥିବା ପ୍ରଜାମଣ୍ଡଳ ଭବନ ଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ର ୨୧ ତମ ପ୍ରତିଷ୍ଠା ଦିବସ ନଗରସଭାପତି ଆସିଫ୍ ଖାଁ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ସାଧାରଣ ସଂପାଦକ ବିରଜା ମିଶ୍ର, ସେଫାଳି ବଳ ସରକାରୀ ଓକିଲ ରାଜେନ୍ଦ୍ର ସିଂ ଡିଙ୍ଗା ଏବଂ ୨୧ଟି ପଂଚାୟତ ତାଳଚେର ବ୍ଲକ, ପୌରାଂଚଳର ୨୧ଟି ୱାର୍ଡ ଏବଂ କଣିହାଁ ବ୍ଲକର ୭ଟି ପଂଚାୟତରୁ ଆସିଥିବା ବିଜେଡି କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଏମ୍.ସି.ଏଲ୍. ରେ ଜଣେ ଜଣାଶୁଣା ଶ୍ରମିକ ନେତା, ସମାଜସେବୀ ତଥା ବର୍ଷିଆନ୍ ଏଚ୍.ଏମ୍.ଏସ୍. ର ନେତା ବ୍ରହ୍ମାଶଙ୍କର ମିଶ୍ରଙ୍କୁ ଫୁଲ ତୋଡା ଓ ଶାଲ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଅନ୍ୟାନ୍ୟ ୱାର୍ଡରୁ ମଧ୍ୟ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

error: Thank You Keep Visiting