କଳାହୀରା ସହରରେ ଅସହ୍ୟ ଶୀତ

Straight to the Point

ତାଳଚେର:- ତାଳଚେର ଉପଖଣ୍ଡ ପୁରା ଖଣି ଖଦାନ, ଶିଳ୍ପାଚଂଳ, ଯାନବାହାନ ହଜାର ହଜାର ଚାଲୁଥିଲେ ମଧ୍ୟ ଚଳିତ ବର୍ଷ ପ୍ରବଳ ଭାବରେ ଶୀତ । ଅସହ୍ୟ ଶୀତ । ବଜାର ଦୋକାନ ରେ ୧୦ ମିଟର ବ୍ୟବଧାନରେ ନିଆଁ ଲଗାଇ ଶୀତ ହାଉରୁ ରକ୍ଷା ପାଉଛନ୍ତି । ତାଳଚେର ପୁରୁଣା ବସ୍ ଷ୍ଟାଣ୍ଡ ପାଖରେ ନିଜ ନିଜର ଖବରକାଗଜ ବଣ୍ଡଲ ପାଇଁ ସକାଳୁ ସକାଳୁ ଯାଉଥିବା ସାମ୍ବାଦିକ ଏବଂ ହକର ଭାଇ ମାନେ ଶୀତ ଦାଉରୁ ରକ୍ଷା ପାଇଁ ଅଦରକାରୀ କାଗଜ ପଟିରେ ନିଆଁ ଲଗାଇ ବସୁଛନ୍ତି । ଖଣି ଅଂଚଳରେ କୋଇଲା ଜାଳି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶ୍ରମ କର୍ମଚାରୀ ଓ ଏମ୍.ସି.ଏଳ୍. କର୍ମଚାରୀ, ଦୋକାନୀ ଭାଇ ମାନେ ଏକାଠି ହେଉଛନ୍ତି ।

error: Thank You Keep Visiting