ଦିବଂଗତ ବରିଷ୍ଠ ସାମ୍ବାଦିକ ସ୍ମୃତି ସତ୍ୟଭାମା ମହେଶ୍ୱର କ୍ରୀଡା ଓ କଳାମହୋତ୍ସବ ଉଦଯାପିତ

Straight to the Point

ଭୁବନେଶ୍ୱର (ଓଡ଼ିଶା ଜର୍ଣ୍ଣାଲ): ସମାଜସେବୀ ସ୍ୱର୍ଗତ ମହେଶ୍ୱର ଦାଶଙ୍କ ସ୍ମୃତିରେ ଗଠିତ ଦିନ ମହେଶ୍ୱର ସେବା ପରିଷଦ ଓ ସତ୍ୟଭାମା ଦେବୀଙ୍କ ସ୍ମୃତିରେ ଗଠିତ ଶ୍ରୀସାଇସତ୍ୟ ସେବା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ନାଚୁଣୀଠାରେ ସତ୍ୟଭାମା ମହେଶ୍ୱର କ୍ରୀଡା ଓ କଳାମହୋତ୍ସବ ଉଦ୍ଯାପିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଆତସବାଜି, ସୁନ୍ଦର ରେକର୍ଡଡ୍ୟାନ୍ସ ଓ ମେଲୋଡିରେ ସମାପ୍ତ ହୋଇଛି । ଉତ୍ସବ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଦିବଂଗତ ସାମ୍ବାଦିକ, ସମାଜସେବୀ, ଓଡିଆ ରାଜ୍ୟପାଳ ଓ କ୍ରୀଡାବିତଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଚଳିତ ବର୍ଷ ବିୟୋଗ ୪ଜଣ ସାମ୍ବାଦିକଙ୍କ ବିଷୟରେ ଆଲୋକପାତ କରିବା ସହ ଚଷମାଳୟ ଓ କୋକାକୋଲା ପ୍ରଦତ୍ତ ୮୦ଗୋଟି କୃତି ଦର୍ଶକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ରୀଡା ବିଭାଗରେ ପୁଚି ଖେଳ, ଦୌଡି ଡିଆଁ, ମ୍ୟୁଜିକ୍ ଚେୟାର ଏବଂ ସ୍ଲୋ ଓ ସ୍ପିଡ୍ ସାଇକେଲ୍ ରେସ୍ ଏବଂ କଳା ବିଭାଗରେ ରଙ୍ଗୋଲି, ଝିଅ କାନ୍ଦଣା, ସଙ୍ଗୀତ, ଫ୍ୟାଶନ ସୋ, ଶିଶୁ ବ୍ୟଙ୍ଗ କବିତା ଓ ଅଭିନୟ, ରେକର୍ଡ ଡ୍ୟାନ୍ସ ଓ ମଞ୍ଚ ସଂଯୋଜନା ବିଭାଗରେ ୧୮ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଆଜିର ସନ୍ଧ୍ୟାରେ ଅତିଥିମାନେ ପ୍ରଦାନ କରିଥିଲେ । କ୍ରୀଡା ଓ କଳା କ୍ଷେତ୍ରରେ ଯଶ ଓ ପାରଦର୍ଶିତା ଲାଭ କରିଥିବା ଜଣେ ସାମ୍ବାଦିକ ଓ ସାମ୍ବାଦିକାଙ୍କୁ ରାଜଧାନୀଠାରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ଅଧ୍ୟାପିକା ମମତା ଦେବୀ ପ୍ରକାଶ କରିଥିଲେ । ଚଳିତ ବର୍ଷ ବିୟୋଗ ବାଲେଶ୍ୱରର ଆଜିକାଲି ସମ୍ବାଦ ପତ୍ରର ସମ୍ପାଦକ ବିସ୍ମୟ ମହାନ୍ତି ଓ ଖୋର୍ଦ୍ଧା ଗୁୁରୁଜଙ୍ଗ ଗ୍ରାମର ସମ୍ବାଦ କଳିକା ସମ୍ବାଦ ପତ୍ରର କ୍ରୀଡା ସାମ୍ବାଦିକ ସବ୍ୟସାଚୀ ମହାନ୍ତି (ବାପିଭାଇ)ଙ୍କ ପରିବାରକୁ ଅନୁଷ୍ଠାନ ତରଫରୁ ଯଥୋଚିତ୍ ସାହାଯ୍ୟ ଓ ସମ୍ମାନୀତ କରାଯିବ ବୋଲି ଡା. ପତିତପାବନ ପ୍ରକାଶ କରିଥିଲେ ।

ଆଜିର ସମସ୍ତ ପ୍ରତିଯୋଗିତାର ପୁରସ୍କାରଗୁଡିକ ଦିବଂଗତ ଓଡିଆ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଡ. ବରେନ୍ଦ୍ର କୃଷ୍ଣ ଧଳ ପ୍ରମେୟର ପ୍ରାକ୍ ସମ୍ପାଦକ ଗଣେଶ୍ୱର ମିଶ୍ର, ସମାଜର ପ୍ରାକ୍ ସମ୍ପାଦକ ରାଧାନାଥ ରଥ, ଡି.ଡି.-୧ର କ୍ୟାମେରାମ୍ୟାନ୍ ଅଚ୍ୟୁତା ନନ୍ଦ ସାହୁ, ଇଣ୍ଡିଆନ୍ ଏକ୍ସପ୍ରେସର ସିଦ୍ଧାର୍ଥ ମିଶ୍ର, ଫିଲ୍ମ ପ୍ରଯୋଜକ ଅମୀୟ ପଟ୍ଟନାୟକ ଓ ବସନ୍ତ ନାୟକ ଏବଂ ଶିକ୍ଷାବିତ୍ ଦେବେନ୍ଦ୍ର ଚନ୍ଦ୍ର ମିଶ୍ର, ଡଃ ବିରଞ୍ଚି ନାରାୟଣ ପାତ୍ର, ସମାଜସେବୀ ଡା. ଦିବ୍ୟସିଂହ ମିଶ୍ର, କବିରାଜ ମଦନ ମୋହନ ସେନାପତି, ନୀଳକଣ୍ଠ ସେନାପତି, ଗଙ୍ଗାଧର ମହାପାତ୍ର, ବ୍ରଜବନ୍ଧୁ ମହାପାତ୍ର, ତାରା ପ୍ରସାଦ ଦାସ, ଶିଶିର କୁମାର ବଡୁ, ପ୍ରଭାୱତୀ ଦେବୀ ଓ ସ୍ୱାଧୀନତା ସଂଗ୍ରାମୀ ଲାବଣ୍ୟବତୀ ମିଶ୍ରଙ୍କ ସ୍ମୃତିରେ ବିଭିନ୍ନ ବିଭାଗରେ ୧୮ଜଣ ପ୍ରତିଯୋଗୀମାନଙ୍କୁ ପୁରସ୍କାର ରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ପ୍ରତିଯୋଗିତାରେ ଆର୍ କେ. ରେକର୍ଡ ଡ୍ୟାନ୍ସ ଗ୍ରୁପ୍, ନିରାକାରପୁର ଓ ଗୋପାଳ ଗ୍ରୁପ୍ ଡ୍ୟାନ୍ସ, ଭୂବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆଜିର ଅତିଥି ମିଳିତ ଜାତିସଂଘର ଇଣ୍ଟର ନ୍ୟାସନାଲ୍ ରିପୋଟିଂ ଅଫିସର ତଥା ଅକ୍ସଫୋର୍ଡ ଓଡିଶୀ ସେଣ୍ଟର (ଲଣ୍ଡନ) ର ସଭାପତି ବୈଶାଳୀ ମହାନ୍ତି, ଜାତୀୟସ୍ତରରେ ନାରୀ ସଶକ୍ତିକରଣ ରାଣୀ ଲକ୍ଷ୍ମୀବାଇ ଓ ଇଣ୍ଟନ୍ୟାସନାଲ ହ୍ୟୁମାନ୍ ରାଇଟ୍ ଆୱାର୍ଡର ବିଜେତା ଶ୍ରୀମତୀ ମାନସୀ ପ୍ରଧାନ, ଯୁବ ସଂଗଠକ ଲଲାଟେନ୍ଦୁ ଶତପଥି, ସାମ୍ବାଦିକ କାଳୁ ରଣସିଂହ, ରଂଜିତ୍ ସୁନ୍ଦରାୟ, ପୋଲିସ୍ ଅଫିସର ପ୍ରଶାନ୍ତ କୁମାର ଦାଶ ଓ ହାଡିବନ୍ଧୁ ନାୟକ, ମୋଦୀକେୟାର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ଦାସ, ବରିଷ୍ଠ ଓଳିଲ ଭାଗୀରଥି ମହାପାତ୍ର, ଗୁଗୁଲ୍ ସପ୍ଟେୱେୟାର ଇଂ. ରଜତ କୁମାର ବଡୁଯୋଗ ଦେଇଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷ, ତଥା ଆନ୍ନା ହଜାରେ ଆନ୍ଦୋଳନର ଯୁବ ବନ୍ଧୁ ଡଃ ରମାବଲ୍ଲଭ ଦାଶ, ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିବାସହ ଆଗାମୀ ଦିନରେ ଓଡିଶାର ପ୍ରତ୍ୟେକ ଅନୁଷ୍ଠାନ ସାମ୍ବାଦିକମାନଙ୍କ ସ୍ମୃ୍ତିରେ କ୍ରୀଡା ଓ କଳା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇ ନିଜ ସ୍ୱଅର୍ଥ ପ୍ରଦାନ କରିବେ ବୋଲି ଜଣାଇଥିଲେ । ସର୍ବଶେଷରେ ମଞ୍ଚ ସଂଯୋଜିକା ସଂଘମିତ୍ରା ନନ୍ଦ ଧନ୍ୟବାଦ ଅର୍ପଣ କରିଥିôଲେ । ମହୋତ୍ସବରେ ସହାୟକ ହିସାବରେ ଆଭା ହସ୍ପିଟାଲ, ଅମୋଘ କ୍ଲାସେସ୍, ଚଷମାଳୟ, ଲାବଣ୍ୟ ଜୁଏଲାରୀ, କୋକାକୋଲା, ଫୁଡମାର୍ଟ (ଭଦ୍ରକ), ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍, କୌସ୍ତୁଭ ଶିକ୍ଷାନୁଷ୍ଠାନ, ଜୟ ଭାରତ ମସଲା, ଟରେଣ୍ଟୋ ଆଡ୍ ଏଜେନ୍ସି, ଓ.ଆଇ.ଏଫ୍.ଇଏସ୍. ଏମ୍. (ଙଓୠଋଝଗ) ଓ ସମସ୍ତ ସମ୍ପାଦ ପତ୍ରସ୍ଥାନ ପାଇଥିଲା ।

error: Thank You Keep Visiting