ଅଗ୍ନିକାଣ୍ଡରେ ମାଛ ହାଟ ଭସ୍ମ

Straight to the Point

ଭଦ୍ରକ (ସିପ୍ରା ରାୟ) ଗତକାଲି ବିଳମ୍ବିତ ରାତ୍ରିରେ ଚାନ୍ଦବାଲି ହାଟପଟି ସ୍ଥିତ ମାଛ ହାଟରେ ନିଆଁ ଲାଗି ୪ଗୋଟି ମାଛ ଦୋକାନ ଭସ୍ମ ହୋଇଯାଇଛି । ରାତିରେ ଡ୍ୟୁଟି କରୁଥିବା ଗ୍ରାମରକ୍ଷୀ ମାନେ ପ୍ରଥମେ ଏହି ନିଆଁ କୁ ଦେଖି ସଦଳ ବଳେ ଏହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମାତ୍ର ଭୟଙ୍କର ଅଗ୍ନି ଦାଉରୁ ନିଆଁ ଲିଭାଇବାକୁ ସେମାନେ ଅକ୍ଷମ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇଥିବା ବେଳେ ପାଖକୁ ଲାଗି ରହିଥିବା ଅନ୍ୟ ଦୋକାନ ଗୁଡିକ ଅଳ୍ପକେ ରକ୍ଷା ପାଇଥିଲେ । ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ ଲକ୍ଷାଧିକ ଟଙ୍କାର ମାଛ ପୋଡି ନଷ୍ଟ ହୋଇ ଯାଇଥିବା ଜଣାଯାଇଛି । ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

error: Thank You Keep Visiting