ଗ୍ରାମାଞ୍ଚଳ ଥାନା ନିକଟରୁ ଯୁବକର ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

Straight to the Point

ଭଦ୍ରକ, (ସିପ୍ରା ରାୟ) ଭଦ୍ରକ ଗ୍ରାମାଂଚଳ ଥାନା ଅପରପାଶ୍ୱର୍ରେ ଥିବା ଜନୈକ ଆଦିବାସୀ ପରିବାର ରହୁଥିବା ଚାଳଘରୁ ଆଜି ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଦାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣାରେ ପୁରୁଣାବଜାର ଥାନା ପୋଲିସ ଗୃହକର୍ତ୍ତା ଟୁଟୁ ବାସ୍କେକୁ ଅଟକ ରଖି ତଦନ୍ତ ଚଲାଇଛି । ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମୃତ ଯୁବକର ପରିବାର ପକ୍ଷରୁ ତାକୁ ହତ୍ୟା କରାଯାଇଥିବା ବିଷୟ ଗଣମାଧ୍ୟମ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଘଟଣାରୁ ଯାହା ଜଣାଯାଏ ରାନ୍ଦିଆ ଅଂଚଳର ନକୁଳ ପାତ୍ର ଆରଡ଼ି ଛକ ନିକଟରେ ଥିବା ଏକ ସ୍ୱିକୃଟି ସଂସ୍ଥାରେ କାର୍ଯ୍ୟ କରେ । ତାଙ୍କ ପତ୍ନୀ ମଞ୍ଜୁଲତା ଚିଙ୍ଗୁଡ଼ିପୁର ଜାତୀୟରାଜପଥ ପାଶ୍ୱର୍ରେ ଏକ ପାନଦୋକାନ କରିଥିବା ବେଳେ ବଡ଼ପୁଅ ରଶ୍ମିରଂଜନ ଜନସେବା କେନ୍ଦ୍ରଟିଏ ଖୋଲି ମା ଓ ଦୁଇ ଭାଇଙ୍କ ସହ ସପରିବାର ଘର କରି ରହିଛନ୍ତି ।

ମଝିଆ ପୁଅ ଚିତ୍ତରଂଜନ (୨୭) ଭଦ୍ରକ ଗ୍ରାମାଂଚଳ ଥାନା ନିକଟ ସରସ୍ୱତୀ ଅପସେଟ ପ୍ରେସରେ ମେସିନ ମ୍ୟାନ ଭାବେ କାର୍ଯ୍ୟକରେ । ଚିତ୍ତରଂଜନ ଗତ ତିନିମାସ ତଳେ ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ପୁଜାରାଣୀ ଓରଫ ଗୀତାଞ୍ଜଳୀ ନାମକ ଜଣେ ଯୁବତୀକୁ ନଳାଙ୍ଗ ସାଇ ମନ୍ଦିରରେ ବିବାହ କରି ମା ପାଖରେ ରହୁଥିଲା । ମାତ୍ର ଚିତ୍ତରଂଜନଙ୍କ ମାଙ୍କ କହିବାଅନୁସାରେ ତାଙ୍କ ପୁଅ ବୋହୁକୁ ଘରେ ଆଣିରଖିଥିଲେ ମଧ୍ୟ କୌଣସି ସର୍ମ୍ପକ ରଖିନଥିଲା । ଏପରିକି ସେମାନଙ୍କର ବହୁ ସମୟରେ ମାଡ଼ଗୋଳ ଲାଗିଆସୁଥିବା ବେଳେ ଚିତ୍ତରଂଜନ ଘରକୁ ନଫେରି ଗ୍ରାମାଂଚଳ ଥାନା ନିକଟ ଟୁଟୁ ବାସ୍କେ ଘରେ ଆସ୍ଥାନ ଜମାଇଥିଲା । ତେବେ ତହେରେ ଟୁଟୁ ବାସ୍କେର ନିଜ ଗାଁ ଠାକୁରମୁଣ୍ଡାରେ ତାର ମା’ର ମୃତ୍ୟୁ ହୋଇଥିବାରୁ ତାର ପତ୍ନୀ ଦୁଇ କନ୍ୟା ଓ ସାନ ଭାଇ ସେଠାକୁ ଯାଇଥିବା ବେଳେ ଟୁଟୁ ଏକାକୀ ଘରେ ରହୁଥିଲା ।

ଗତକାଲି ରାତିରେ ସେ ଓ ଚିତ୍ତରଂଜନ ମଦ ପିଇ ଘରେ ପାଖ ବିଦ୍ୟୁତ ଖୁଣ୍ଟିର ୧୧କେଭି ତାରରୁ ବେଆଇନ ଭାବେ ସଂଯୋଗ ହୋଇଥିବା ହିଟରରେ ରୋଷେଇ କରିଥିଲେ । ମାତ୍ର ମଦ ନିଶାରେ ଚିତ୍ତରଂଜନ ହିଟରରେ ବସାଇଥିବା ଏକ ପାତ୍ରକୁ ସମ୍ଭବତ ସ୍ପର୍ଶ କରିବାରୁ ପୋଡ଼ି ଜଳିବାକୁ ଲାଗିଥିଲେ । ଏହା ଦେଖି ଟୁଟୁ ତାକୁ ଟେକି ଘର କଣକୁ ଛାଟି ଦେବାରୁ ଟଙ୍ଗା ହୋଇଥିବା ମଶାରୀ ସହ ଜଳିଯାଇ ମୃତ୍ୟୁବରଣ କରିଥିବା ବିଷୟ ଟୁଟୁର ବୟାନ ମୁଳେ ପୁଲିସ ଗଣମାଧ୍ୟମକୁ କହିଛି । ତେବେ ପାରିପାର୍ଶିକ ଅବସ୍ଥା ପୋଡ଼ା ହିଟର, ପୋଡ଼ାପାତ୍ର, ମଦ ବୋତଲ ଓ ଗାଡ଼ି ଚାବି ସହ ମୃତ ଦେହକୁ ଦେଖି ଏହା ଏକ ବିଦ୍ୟୁତ ସ୍ପର୍ଶ ଜନିତ ଦୁର୍ଘଟଣା ବୋଲି ଜଣାପଡ଼ୁଥିଲେ ମଧ୍ୟ ମୃତକ ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି ।

ଗତ କାଲି ରାତି ପ୍ରାୟ ୧୨ସମୟରେ ଏହି ଘଟଣା ଘଟିବା ପରେ ପାଖ ସରକାରୀ ଯାଗାରେ ୨ବର୍ଶ ହେବ ଘରେ କରିରହୁଥିବା ଠାକୁର ମୁଣ୍ଡାର ସୁବାସିନୀ ମୁଣ୍ଡାକୁ ଆସି ଟୁଟୁ ଜଣାଇବାରୁ ସେ ପୋଲିସକୁ ଖବର ଦେଇଥିଲା । ଆଜି ସକାଳେ ଖବର ପାଇ ଏସଡ଼ିପିଓ ଜଳନ୍ଧର ଜାଲି, ପୁରୁଣା ବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ଓ ଗ୍ରାମାଂଚଳ ଥାନାଧିକାରୀ ଦୟାନିଧି ଦାସ ଘଟଣଶ ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରି ତଦନ୍ତ ଚଳାଇଛନ୍ତି ।

error: Thank You Keep Visiting