ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ
ଅନୁଗୁଳ:- ଅନୁଗୁଳ ସୁସୁଡା ଅଂଚଳର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଦିବାକର ପ୍ରଧାନଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି । ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ଜିଲ୍ଲାପାଳ ଅନିଲ ସାମଲ, ଏସ୍.ପି. ମିତ୍ରଭାନୁ ମହାପାତ୍ର, ବିଭିନ୍ନ ଦଳର ରାଜନେତା, ଓକିଲ, ଯୁବ ନେତା ପ୍ରସନ୍ନ ସାହୁ, ସୁନିଲ ପ୍ରଧାନ, ମହ୍ଲାର ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ, ଭାସ୍କର ଖବରକାଗଜର ସାମ୍ବାଦିକ ତପନ ମହାରଣା ପ୍ରମୁଖ ଉପସ୍ଥିତ ରହି ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।