କେନ୍ଦ୍ରାପଡାରେ ରାତ୍ରକାଳିନ ଆହାର ଯୋଜନା ଉଦଘାଟିତ

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟରେ ରାତ୍ରକାଳିନ “ଆହାର” ଯୋଜନା ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା “ଆହାର” କେନ୍ଦ୍ରରେ ଜିଲ୍ଲାପାଳ ଦାଶରଥୀ ଶତପଥୀ,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଅତିଥି ଭାବେ ଯୋଗଦେଇ ଏହି ରାତ୍ରୀକାଳୀନ “ଆହାର” ଯୋଜନାର ଶୁଭାରମ୍ଭ କରିଥିଲେ । ରାଜ୍ୟ ସ୍ତରୀୟ ଆହାର ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ପରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ “ଆହାର”ଯୋଜନାକୁ ଉଦଘାଟନ କରାଯାଇଥିଲା ।

ଏହି ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଡୁଡା ଅଧିକାରୀ ଦିଲ୍ଲିପ କୁମାର ପରିଡା,ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର,କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଏହି ଯୋଜନାରେ ଏକଶହ ଲୋକଙ୍କ ପାଇଁ ରାତ୍ର ଭୋଜନ କରିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତାକାଲି ଠାରୁ ଦୈନିକ ୨୫୦ ଲୋକଙ୍କ ନିମନ୍ତେ “ଆହାର” ଯୋଜନାରେ ୫ଟଙ୍କିଆ ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଖାଦ୍ୟରମାନ ପରୀକ୍ଷା କରିବା ଅବସରରେ ଆହାର କେନ୍ଦ୍ରରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା,ପିଡି ଶ୍ରୀ ପରିଡା,ଉପଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରମୁଖ ଭୋଜନ କରିଥିଲେ ।

error: Thank You Keep Visiting