ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ବସିଲେ ଉତ୍ତ୍ୟକ୍ତ ଜନସାଧାରଣ

An Independent Media

ଭଦ୍ରକ: ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର ଗଣିଜାଙ୍ଗ ବଜାର ଅଂଚଳ ରାସ୍ତାରେ କାର୍ଯ୍ୟ ଆରମ୍ଭରୁ ପିଚୁ ଉଠିବାରୁ ସ୍ଥାନୀୟ ଲୋକେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ରାସ୍ତା ଅବରୋଧ କରିଥିବା ଜଣାଯାଇଛି । ଫଳରେ ରାସ୍ତାରେ ଗାଡିମୋଟର ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ସୂଚନା ଥାଉକି ଏହି ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ୧୦ ବର୍ଷ ହେଲା ଚାଲିଛି । ଏହି ରାସ୍ତାର ଗଣିଜାଙ୍ଗ ତାରିଣୀ ଛକଠାରୁ କାଶିପୁର ଛକ ପର୍ଯ୍ୟନ୍ତ ପ୍ରାୟ ଦେଢକିମି ରାସ୍ତା ନିର୍ମାଣ ହୋଇନଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିଲା । ବଜାର ଅଂଚଳରେ ଖରାପ ରାସ୍ତା ଯୋଗୁଁ ଗତ କିଛିମାସ ତଳେ ଏକ ହାଇୱା ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେତେବେଳେ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଏକ ଠିକାଦାରୀ ସଂସ୍ଥା ପକ୍ଷରୁ ଏହି ବଜାର ଅଂଚଳ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଗତ ଏକବର୍ଷ ତଳେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେ କିଛି ଦିନ ହେବ ପିଚୁ କାର୍ଯ୍ୟ ଚାଲିଛି । ମାତ୍ର ରାସ୍ତା କାମ ଠିକ୍ ଭାବେ ହେଉନଥିବାରୁ ପିଚୁଗୁଡିକ ଉଠିଯାଉଛି । ପିଚୁ କିରବା ପୂର୍ବରୁ ରାସ୍ତାରେ ପ୍ରାଇମର ଦିଆଯାଉନଥିବା ଯୋଗୁଁ ଏପରି ହେଉଛି ବୋଲି ଅନୁମାନ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଉପରେ ପିଚୁ ଉଠିବା ଜାଣି ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ ରାସ୍ତା ଉପରେ ବସିରହିଥିଲେ । ଫଳରେ କିଛି ସମୟ ଧରି ରାସ୍ତାରେ ଗାଡି ମୋଟର ଯାତାୟତ ବନ୍ଦ ହୋଇଯାଇଛି ।

ଏଥିରେ ବଜାର କମିଟିର ସଭାପତି ହୃଦାନନ୍ଦ ଘଡେଇ, ସଂପାଦକ ରାମଚନ୍ଦ୍ର ପଣ୍ଡା, ଗଣିଜାଙ୍ଗ ପଂଚାୟତ କଂଗ୍ରେସ ସଭାପତି ବିଷ୍ଣୁମୋହନ ପଣ୍ଡା, କଂଗ୍ରେସ ଯୁବନେତା ଲାଲା ସ୍ୱାଇଁ, ଅନୀଲ କୁମାର ସ୍ୱାଇଁ, ଅମୂଲ୍ୟ ମହାପାତ୍ର, ନିରଂଜନ ପାଢୀଙ୍କ ସମେତ ଶତାଧିକ ଲୋକ ସାମିଲ ଅଛନ୍ତି । ରାସ୍ତା କାର୍ଯ୍ୟ ଠିକ୍ ନହେଲେ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି କୁହାଯାଇଛି । ଏ ସଂପର୍କରେ ଜିଲାପାଳଙ୍କୁ ଖବର ଦିଆଯାଇଛି । ଅପରପକ୍ଷରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରାଯାଇଥିଲେ ହେଁ ଘଟଣାସ୍ଥଳରେ ଜିଲା ପ୍ରଶାସନ କିମ୍ବା ପୁଲିସ୍ ପହଞ୍ôଚ ନାହାଁନ୍ତି । ଏପଟେ ରାସ୍ତା ଉପରେ ଲୋକମାନେ ଦୀର୍ଘ ସମୟ ଧରି ବସି ରହିଥିବାରୁ ସାଧାରଣ ଯାତ୍ରୀ ଥଣ୍ଡା କାକରରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

error: Thank You Keep Visiting