ହିଙ୍ଗୁଳା ମଣ୍ଡଳରେ ବିଜେପିର ଜନସମ୍ପର୍କ ପଦଯାତ୍ରା

Straight to the Point

ତାଳଚେର: ବିଜେପିର ଜନପରାମର୍ଶ ଯାତ୍ରା ଦୀର୍ଘ ୧ମାସ ହେବ ବିଭିନ୍ନ ଗ୍ରାମମାନଙ୍କରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ହିଙ୍ଗୁଳାମଣ୍ଡଳର ବଡ଼ଯୋରଡ଼ା ପଂଚାୟତ ଏବଂ କଳମଛୁଇଁ ପଂଚାୟତର ସୋଲଡ଼ା ଗ୍ରାମରେ ଜନ ପରାମର୍ଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପିର କାର୍ଯ୍ୟକର୍ତାମାନେ ସମସ୍ତଙ୍କ ଘରକୁ ଯାଇ ଲୋକମାନଙ୍କର ସୁବିଧା,ଅସୁବିଧା ବୁଝିବାସହ କେନ୍ଦ୍ର ସରକାରଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ଶତାଧିକ କାର୍ଯ୍ୟକର୍ତାଙ୍କ ସହ ଘରକୁ ଘର ବୁଲି ଜନତାଙ୍କର ପରାମର୍ଶ ଗ୍ରହଣ କରିଥିଲେ । ଶ୍ରୀ ସାମଲ ଏକ ପଥପ୍ରାନ୍ତ ସଭାରେ ଯୋଗ ଦେଇ ଓଡ଼ିଶା ସରକାର ଯୁବ ବିରୋଧୀ ତଥା ୧୮ବର୍ଷ ଧରି ସାଧାରଣ ଲୋକଙ୍କୁ ଠକି ଆସୁଥିବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

ତାଳଚେରରେ କେନ୍ଦ୍ର ସରକାର ୧୦ହଜାର କୋଟି ଟଙ୍କା ବ୍ୟୟରେ ଥର୍ମାଲ ପ୍ଲାଂଟକୁ ପୁନରୁଦ୍ଧାର କରିବାକୁ ନିଷ୍ପତି ନେଇଥିଲେ । ଏହାଦ୍ୱାରା ତାଳଚେରର ବେକାର ଯୁବକମାନଙ୍କୁ କର୍ମନିଯୁକ୍ତି ମିଳିଥାନ୍ତା । କିନ୍ତୁ ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଜାଣିଶୁଣି କରାଇ ଦେଉନାହାନ୍ତି । ପୁନଶ୍ଚ ଏମ୍.ସି.ଏଲ ଦ୍ୱାରା ତାଳଚେରରେ ନିର୍ମିତ ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ରାଜ୍ୟ ସରକାର ଏମ୍.ସି.ଆଇ ପାଖରେ ଆବଶ୍ୟକୀୟ ଅନୁମତି ପାଇଁ ଆବେଦନ କରୁନାହାନ୍ତି । ଫଳରେ ଏହି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରୁନାହାନ୍ତି । ତାଳଚେର ଅଂଚଳରୁ ରାଜ୍ୟ ସରକାର ବାର୍ଷିକ ୪ହଜାର କୋଟି ଟଙ୍କା ନେଉଥିବା ବେଳେ ତାଳଚେର ପାଇଁ ସାମାନ୍ୟତମ ବିକାଶ କାର୍ଯ୍ୟ ନକରିବା ଦୁର୍ଭାଗ୍ୟଜନକ ।

କେନ୍ଦ୍ର ସରକାର ଅନୁଗୋଳ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି(ଡି.ଏମ୍.ଫ୍) ଗଠନ କରି ହଜାର ହଜାର କୋଟି ଟଙ୍କା ସ୍ଥାନୀୟ ଅଂଚଳର ବିକାଶ ପାଇଁ ଦେଇଥିବା ବେଳେ ତାହାକୁ ଏହି ସରକାର ଖର୍ଚ୍ଚ କରି ପାରୁନାହାନ୍ତି । ଏଠାରେ ପ୍ରଦୁଷଣ ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏଥିପାଇଁ ପ୍ରଶାସନ କୈାଣସି ନିର୍ଦ୍ଦିଷ୍ଟ ଯୋଜନା ଏଯାଏଁ ପ୍ରସ୍ତୁତ କରି କାର୍ଯ୍ୟକ୍ଷମ କରିବାରେ ଅସମର୍ଥ । ତାଳଚେର ଅଂଚଳର ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ,ହକ୍ ପାଇଁ ବିଜେପି ସଦାସର୍ବଦା କାର୍ଯ୍ୟ କରିଆସିଛି ଏବଂ ଆଗାମୀ ଦିନରେ ଏ ଲଢ଼େଇକୁ ଏକ ନିର୍ଣ୍ଣାୟକ ମୋଡ଼ ନେବ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ସିଂ,ଶ୍ରମିକ ନେତା ତଥା ବିରଂଚି ସାହୁ,ବିଭିନ୍ନ ପଂଚାୟତ ପ୍ରତିନିଧିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

error: Thank You Keep Visiting