ପାଲଲହଡା ଓ ତାଳଚେରସ୍ଥିତ କୋର୍ଟରେ କେତେ ମାମଲା ଏବଂ ବିଚାରପତି ନିଯୁକ୍ତି ସମୟ ଧାର୍ଯ୍ୟ କେବେ:ମହେଶ ସାହୁ

An Independent Media

ଅନୁଗୋଳ : ରାଜ୍ୟ ବିଧାନସଭା ଅଧିବେଶନରେ ତା ୨୨/୧୧/୧୮ ରିଖ ଦିନ ପ୍ରଶ୍ନ ନଂ ୫୧୫ରେ ପାଲଲହଡା ବିଧାୟକ ମହେଶ ସାହୁ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ ରଖିଥିଲେ ଯେ – ପାଲଲହଡା ଓ ତାଳଚେରସ୍ଥିତ କେଉଁ କୋର୍ଟରେ କେତେ ମାମଲା ଅଛି । ସେଗୁଡିକର ସମାଧାନ ପାଇଁ ସରକାର ଆବଶ୍ୟକୀୟ ବିଚାରପତି ନିଯୁକ୍ତି କେବେ ସୁଦ୍ଧା କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି । ଜବାବରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଲେ, ପାଲଲହଡା ଓ ତାଳଚେରସ୍ଥିତ କେଉଁ କୋର୍ଟରେ କେତେ ମାମଲା ତା’ର ତାଲିକା ଏଡିଜେ, ତାଳଚେର କେଶ ସଂଖ୍ୟା ୧୨୯୨, ସିନିୟର ସିଭିଲ ଜଜ୍ ତାଳଚେର ୨୫୧୪, ଏସ୍ଡିଜେଏମ୍ ତାଳଚେର ୧୧୪୯୧, ଜେଏମ୍ଏଫସି ତାଳଚେର ୨୧୨୯ ଏବଂ ଏସ୍ଡିଜେଏମ୍ ପାଲଲହଡା ୧୮୦୮ । ମାମଲା ଗୁଡିକର ସମାଧାନ ପାଇଁ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ନ୍ୟାୟାଳୟ ଗୁଡିକ ପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ ହେବା ପରେ ଆବଶ୍ୟକୀୟ ବିଚାରପତି ନିଯୁକ୍ତି ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବିହିତ ପଦକ୍ଷେପ ଗ୍ରହଣ କରିବେ ।

error: Thank You Keep Visiting