ପତଞ୍ଜଳୀ ଯୋଗ ସମିତି ପକ୍ଷରୁ କେନ୍ଦ୍ରାପଡା ସବଜେଲ ପରିସରରେ ଯୋଗ ଶିକ୍ଷା

An Independent Media

କେନ୍ଦ୍ରାପଡା: ପତଞ୍ଜଳୀ ଯୋଗ ସମିତି ତରଫରୁ କେନ୍ଦ୍ରାପଡା ବାରିମୂଳ ସ୍ଥିତ ସବ୍ ଜେଲ ପରିସର ମଧ୍ୟରେ ସାତଦିନ ବ୍ୟାପି ଯୋଗ ବିଜ୍ଞାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପତଞଳୀ ଯୋଗ ସମିତିର ଯୋଗ ଗୁରୁ ଏବଂ ମଣ୍ଡଳ ପ୍ରଭାରି ବିଭୁ ପ୍ରସାଦ ଦାସ କେନ୍ଦ୍ରାପଡା ଜେଲରେଥିବା ସମସ୍ତ କଏଦୀମାନଙ୍କୁ ଯୋଗଶିା ଦେବା ସହ କଏଦୀମାନଙ୍କୁ ସମାଜରେ ସତ୍ ମାର୍ଗରେ ସାମିଲ ହେବା ପାଇଁ ଆହ୍ନାନ ଦେଇଥିଲେ । ଏହି ଶିବିିରରେ ଜେଲ ସୁପରିଟେଡେଣ୍ଟ ସରୋଜ କୁମାର ବିଶ୍ୱାଳ, ଜେଲର ମନୋଜ କୁମାର ସୁତାର, ତପନ କୁମାର ପରିଡା ଉପସ୍ଥିତଥିଲେ । ପତଞଳୀ ଯୋଗ ସମିତିର ଜିଲ୍ଲା ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ଇଂ ବିଶ୍ନନାଥ ବେହେରା, ଦିଲ୍ଲୀପ କୁମାର ପରିଡା, ପ୍ରଶାନ୍ତ କୁମାର ପରଡା,କ୍ଷୀରୋଦ କୁମାର ପରିଡ. ଅଭିରାମ ଲେଙ୍କା ଏହି ଶିବିରକୁ ଆୟୋଜନ କରବା ସହ ପରିଚାଳନା କରିଥିଲେ । ସଏଦ୍ ଉସମାନ ଅଲ୍ଲୀ,ଶୁଶାନ୍ତ କୁମାର ପ୍ରଧାନ, ସେକ୍ ତନୋ ପ୍ରମୁଖ ଶତାଧିକ କଏଦୀ ଏହି ଶିବିରରେ ଯୋଗ କରିଥିଲେ । ପ୍ରତ୍ୟେକ ଦିନ ସକାଳ ୬ଟାରୁ ଆରମ୍ଭ ହୋଇ ୮ଟାରେ ଶେଷ ହୁଏ । ଏହି ଶିବିର ଗତକାଲି ଉଦ୍ଯାପନ ହୋଇଯାଇଥିଲା ।

error: Thank You Keep Visiting