ତାଳଚେର ଥର୍ମାଲର ସାଗରିକା ମହିଳା କ୍ଲବ ଆନୁକୂଲ୍ୟରେ ୧୯ତମ ଦୁଇ ଦିନିଆ ବସନ୍ତ ମେଳା ଆରମ୍ଭ

An Independent Media

ତାଳଚେର: ତାଳଚେର ଥର୍ମାଲ୍ ଶକ୍ତି ଷ୍ଟାଡିଅମ୍ ରେ ସାଗରିକା ମହିଳା କ୍ଲବ ଆନୁକୂଲ୍ୟରେ ଏନ୍.ଟି.ପି.ସି./ଟିଟିପିଏସ୍ ସୌଜନ୍ୟରୁ ଦୁଇ ଦିନିଆ ବସନ୍ତ ମେଳା ଉଦ୍ଘାଟନ କଲେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସିହ୍ନା ଓ ଧର୍ମପତ୍ନୀ ତାଙ୍କ ସହିତ ଟି.ଟିପି.ଏସ୍.ର ମହାପ୍ରବନ୍ଧକ ଏମ୍.କେ.ସିଂ ଓ ଧର୍ମପତ୍ନୀ ଉପସ୍ଥିତ ଥିଲେ । ଏମାନଙ୍କ ସହିତ ବରିଷ୍ଠ ଅଧିକାରୀ ଏବଂ ସାଗରିକା ମହିଳା କ୍ଲବର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ବସନ୍ତ ମେଳାର କେକ୍ କାଟିବା ସହ ବେଲୁନ୍ ଛାଡି ଥିଲେ ଏବଂ ମେଳାରେ ୨୭ଟି ଷ୍ଟଲ୍ ବୁଲି ଦେଖିଥିଲେ । ଖାଦ୍ୟ ଷ୍ଟଲରେ ଖାଇ ମଜା ଉଠାଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

error: Thank You Keep Visiting