ଅନୁଗୁଳ ମହୋତ୍ସବର ମଶାଲ ଶୋଭାଯାତ୍ରାକୁ ମା’ ହିଙ୍ଗୁଳା ମନ୍ଦିରରେ ସ୍ୱାଗତ

An Independent Media

ତାଳଚେର: ଆସନ୍ତା ୧୪ ତାରିଖ ଦିନ ଅନୁଗୁଳ ମହୋତ୍ସବ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଶାଲ ଶୋଭାଯାତ୍ରା ବାହାରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହିତ ବହୁ ସ୍ଥାନରେ ସ୍ୱାଗତ କରାଯାଇଥିଲା । ସେହିପରି ଆଜି ପାଲଲହଡାରୁ ଏନ୍.ଟି.ପି.ସି. କଣିହାଁ ଦେଇ ମଶାଲ ଶୋଭାଯାତ୍ରା ମା’ ହିଙ୍ଗୁଳା ମନ୍ଦିରରେ ପହଂଚିଥିଲା । ସେଠାରେ ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡାର ବିଧାୟକ ମହେଶ ସାହୁ, ଅନୁଗୋଳ ଏ.ଡି.ଏମ୍. ତପନ କୁମାର ଶତପଥି, ପ୍ରକଳ୍ପ ନିର୍ଦ୍ଦେଶକ, ବିଧାୟକଙ୍କ ପ୍ରତିନିଧି ମୁରଲୀ ସାହୁ, ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ବିଡିଓ ନେତ୍ରାନନ୍ଦ ମଲ୍ଲିକ୍, ପୌର ନିର୍ବାହୀ ଅଧିକାରି ଅତସି ପରିଡା, ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ବୃନ୍ଦ, ଶ୍ରମିକ ନେତା ସଂଜୟ ସାହୁ, ମହ୍ଲାର ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ, ଗୋପାଳପ୍ରସାଦ, କଳମଛୁଇଁର ସ୍ୱୟଂ ସହାୟକ ଦଳର କର୍ମି ବୃନ୍ଦ ଉପସ୍ଥିତ ଥିଲେ ।

error: Thank You Keep Visiting