ଅନୁଗୋଳ ଜିଲ୍ଲାର ସମସ୍ତ ଶିଳ୍ପାଞ୍ଚଳ, ଖଣି ଖାଦାନ ଓ ବ୍ୟାଙ୍କ ବନ୍ଦ

An Independent Media

ଅନୁଗୋଳ : କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ଆଇଏନଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଟୁ, ଏଆଇୟୁଟିୟୁସି ଭଳି ୧୦ ଟି କେନ୍ଦ୍ରିୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ ବ୍ୟାଙ୍କ ଓ ବୀମା କର୍ମଚାରୀ ସଂଘ ସମେତ ସମର୍ଥନ ଜଣାଇ ବିଜେଡି ଓ କଂଗ୍ରେସ ରାଜନୈତିକ ଦଳ ମଧ୍ୟ ସହଯୋଗ କରିଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଅଛି । କୋଇଲା ଖଣି ରେ କୋଇଲା ପରିବହନ ପୁରା ଠପ୍ । ଏଚଏମ୍ଏସ୍ ନେତା ଶଙ୍କର ବେହେରା, ସଂଜୟ ସାହୁ, ପ୍ରକାଶ କୁଣ୍ଡୁ, କ୍ଷୀରୋଦ ବାରିକ, କରୁଣାକର ଖଣ୍ଡୁଆଳ, ସୁବାଶ ସାହୁ, ହରେ ସାହୁ, ସନ୍ତୋଷ ବରାଳ, ଆଇଏନ୍ଟିୟୁସି ର ସୁବ୍ରତ ମାଝି, ରଘୁ ସାମଲ ଏବଂ ସିଟୁର ଆନନ୍ଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ କୋଇଲା ଖଣି ବନ୍ଦ ହୋଇଥିଲା ।

ପୂର୍ବତନ ନଗରପାଳ ତଥା କଂଗ୍ରେସ ଜିଲ୍ଲା ଉପସଭାପତି କେଶବ ଭୂତିଆଙ୍କ ନେତୃତ୍ୱରେ ବଜାର ବନ୍ଦ କରାଯାଇଥିଲା । କଂଗ୍ରେସର ନେତା ରାଜକିଶୋର ସାହୁ (ରାଜା), ବିରବର ସାହୁ, ପ୍ରଫୁଲ୍ଲ ଦାସ ମଧ୍ୟ ସାମିଲ ଥିଲେ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ ଓ ପୂର୍ବତନ କାଉଁନସିଲର ପ୍ରକାଶ ସାହୁ ତାଳଚେର ଥର୍ମାଲ ମୁଖ୍ୟ ଫାଟକ ସମାନାରେ ହେଉଥିବା ଧର୍ମଘଟକୁ ସମର୍ଥନ କରି ଘଟଣା ସ୍ଥଳକୁ ଯାଇଥିଲେ । ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ରହିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ ।

error: Thank You Keep Visiting