ବଜ୍ରକୋଟ – ସଂସମରା ଭାୟା ବାଲିପଶି ରାସ୍ତା ଉନ୍ନତିକରଣ ହେବ : ମହେଶ ସାହୁ

An Independent Media

ଅନୁଗୋଳ : ରାଜ୍ୟ ବିଧାନସଭାରେ ମହେଶ ସାହୁ ପ୍ରଶ୍ନ ରଖିଥିଲେ ଯେ ଭାରିଯାନ ଚଳାଚଳ ଯୋଗୁଁ ବଜ୍ରକୋଟ -ସଂସମରା ସଡକର ବଜ୍ରକୋଟ – ଖାଲପାଳ ରାସ୍ତା ଗମନାଗମନ ଉପଯୋଗୀ ପାଇଁ କି ପଦକ୍ଷେପ ନିଆଯାଉଛି । ଏହାର ଉତ୍ତରରେ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ବଜ୍ରକୋଟ – ସଂସମରା ଭାୟା ବାଲିପଶି ରାସ୍ତାର ସମୁଦାୟ ଦୈର୍ଘ୍ୟ ୨୧ କି.ମି ଅଟେ । ଏଥି ମଧ୍ୟରୁ ବଜ୍ରକୋଟ – ବାଲିପଶି (୯ କିମି) ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ବଜ୍ରକୋଟ – ଖାଲପାଳ ଅଂଶରେ ୨ କିମି ୮୦୦ ମି ଠାରେ ରାସ୍ତାର ବାମ ପାଶ୍ୱର୍ରେ ଏକ କ୍ରସର ଅଛି ।

ବଜ୍ରକୋଟ ବାଲିପଶି ରାସ୍ତା ଅଂଶରେ ବହୁତ ଭାରିଯାନ ଯାତାୟତ ହେଉଛି, ଯାହା ଦ୍ୱାରା କି ରାସ୍ତାଟିର ମରାମତି ସତ୍ତେ୍ୱ ୩ କି.ମି ରାସ୍ତାର ସ୍ଥିତାବସ୍ଥା ବଜାୟ ରଖାଯାଇ ପାରୁ ନାହିଁ । ଉକ୍ତ କ୍ରସରକୁ ଏକାଧିକ ଭାରିଯାନର ଯାତାୟତ ଦ୍ୱାରା ରାସ୍ତାର ଅବସ୍ଥା ଖରାପ ହେଉଥିବା ଯୋଗୁଁ ଉକ୍ତ ରାସ୍ତାର ମରାମତି ସେହି କ୍ରସର ମାଲିକ ନିଜ ଖର୍ଚ୍ଚରେ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଏବଂ କ୍ରସର ମାଲିକ ମଧ୍ୟ ଉକ୍ତ ଅଂଶର ମରାମତି କରୁଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ବିଜ୍ଞାପନ ନଂ ୨୮୫୪୫୩୦୦୪୫୨୦୧୪ ରେ ୧୨ କି.ମି ଦୈର୍ଘ୍ୟ ବିଶିଷ୍ଟ ବାଲିପଶି ଠାରୁ ସଂସମରା ଭାୟା କଟ୍ରାପଲ୍ଲି ଏବଂ କାଲିଆଦମା ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗରୁ ନିଜ ଅଧିନକୁ ଅଣା ଯାଇଛି । ସେଥି ମଧ୍ୟରୁ ବାଲିପଶି ଠାରୁ କାଳିଆଦମା ୪.୨୦ କି.ମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପ୍ୟାକେଜ୍ ନଂ ଓ-ଆର୍ ୦୧-୧୧୮ / ବି -୧୧ ଅଧିନରେ ଉନ୍ନତିକରଣ ହୋଇଛି । ଚଳିତ ବର୍ଷ ଏସ୍ଆର ପାଣ୍ଠି ଅନୁଦାନରୁ ୫୦ ଲକ୍ଷ ଟଙ୍କାର ଉନ୍ନତିକରଣ କରାଯିବ ଓ ବଳକା ଅଂଶ ଓଏମବିଏଡିସି ଅନୁଦାନରେ ଉନ୍ନତି କରଣ କରାଯିବାର ପ୍ରସ୍ତାବ ଅଛି ।

error: Thank You Keep Visiting