ବିଜିଗୋଳ ପଞ୍ଚାୟତ ହାଇସ୍କୁଲ ପୁରାତନ ଛାତ୍ର ସମ୍ମିଳନୀ
ତାଳଚେର : କଣିହାଁ ବ୍ଲକ ବିଜିଗୋଳ ହାଇସ୍କୁଲ ୨୦୧୯ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ମାନସରୋବର ଅତିଥି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ପୂରାତନ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପରେ ଏକ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ବିଦ୍ୟାଳୟର ଉନ୍ନତି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ସହଯୋଗର ହାତ ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ପୂରାତନ ଶିକ୍ଷକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ କେକ୍ କାଟି ପରସ୍ପରକୁ ଖୁଆଇଥିଲେ । ବଳରାମ ସହୁ, କ୍ଷିରୋଦ ଚନ୍ଦ୍ର ନାହାକ, ଶାନ୍ତନୁ ସାହୁ, ସୋମନାଥ ସାହୁ, ଅନିଲ ସାହୁ, କୃତ୍ତିବାସ ସାହୁ, ପୂର୍ଣ୍ଣବ୍ରହ୍ମା ସାହୁ, ମୀନକେତନ ସାହୁ, ବ୍ରହ୍ମାନନ୍ଦ ଦେହୁରୀ, ଲିପୁନ ସାହୁ, ଅଭିଜିତ ମହାନ୍ତି, ସୁନେଲୀ ବେହେରା, ଇତିଶ୍ରୀ ସାହୁ, ଧରିତ୍ରୀ ସାହୁ, ଅନିତା ପ୍ରଧାନ, ଶୁଭାଶୀନୀ ବେହେରା, ସସ୍ମିତା ବେହେରା, ସଂଗୀତା ସାହୁ, ସିପ୍ରା ସାହୁ, ପ୍ରବୀଣ ସାହୁଙ୍କ ସମେତ ବହୁ ପୂରାତନ ଛାତ୍ରଛାତ୍ରୀ ସାମିଲ ଥିଲେ ।