ତାଳଚେରରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ

Straight to the Point

ତାଳଚେର: ତାଳଚେରର ନନ୍ଦିରା କୋଲିୟରୀସ୍ଥିତ ଦୂର୍ଗାପୂଜା ପଡ଼ିଆରେ ଆଜି ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାରା ଓଡ଼ିଶାରେ ଏକ ସାଥିରେ ପାଳନ କରାଯାଇଥିବା ବେଳେ ତାଳଚେରରେ ପାଳିତ ଏହି ଉତ୍ସବରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ମୂଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନଫେରେନସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ମହିଳା ହିତାଧିକାରୀଙ୍କ ସହ ଉଜ୍ଜ୍ୱଳା ଗ୍ୟାସ ସଂଯୋଗୀକରଣ,ଏହାର ଉପକାରିତା ଏବଂ ଗ୍ୟାସ ପାଇବାପରେ ମହିଳାମାନେ କିଭିଳି ଅନୁଭବ କରୁଛନ୍ତି ତଥା କିପରି ଚୁଲାର ବିଶାକ୍ତ ଧୂଆଁରୁ ମୁକ୍ତି ମିଳିଛି,ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାଲ୍ୟକାଳର ସଂଘର୍ଷ ସମ୍ବନ୍ଧୀୟ ଏକ ପ୍ରାମାଣିକ ଚଳଚିତ୍ରକୁ ହିତାଧିକାରୀ ଏବଂ ସାଧାରଣ ଜନତାଙ୍କ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ମୂଖ୍ୟ ଅତିଥି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦୀ ଗରିବ ପରିବାରରୁ ଆସିଥିବାରୁ ସେ ହିଁ ଦେଶର ଗରିବ ଲୋକଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝି,ସେଗୁଡ଼ିକର ସମାଧାନ କରିବାକୁ ସକ୍ଷମ ବୋଲି ମତପ୍ରକାଶ କରିଥିଲେ । ବିଶେଷକରି ଦେଶର ଗରିବ ମହିଳାମାନେ ଯେପରି ସୁରୁଖୁରୁରେ ଜୀବନ ଅତିବାହିତ କରିପାରିବେ ତଥା ସ୍ୱାବଲମ୍ବନଶୀଳ ହୋଇ ପାରିବେ ସେଥିପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀ ବିଶେଷଭାବେ ଦୃଷ୍ଟି ଦେଉଛନ୍ତି ବୋଲି ଶ୍ରୀ ସାମଲ ଉପସ୍ଥିତ ମହିଳା ହିତାଧିକାରୀଙ୍କୁ ସମ୍ବୋଧନ କରି ପ୍ରକାଶ କରିଥିଲେ । ଏହି ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ ତାଳଚେର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାଳଚେର ବ୍ଲକର ୨୧ଟି ପଂଚାୟତ,କଣିହାଁ ବ୍ଲକର ୭ଟି ପଂଚାୟତ ଏବଂ ତାଳଚେର ପୈାରାଂଚଳର ୨୧ଟି ୱାର୍ଡ଼ର ପ୍ରାୟ ୧୦ହଜାର ହିତାଧିକାରୀମାନେ ଯୋଗ ଦେଇ ଉଭୟ କେନ୍ଦ୍ର ମନ୍ତ୍ରୀଙ୍କର ସୁଚିନ୍ତିତ ପରାମର୍ଶ ଶୁଣିବାକୁ ସୁଯୋଗ ପାଇଥିଲେ ।

ମା ହିଙ୍ଗୁଳା ଏଚପି ଗ୍ୟାସ,ଗ୍ରାମୀଣ ବିତରକ,ଗୋବରାର ସତ୍ୱାଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏବଂ ମା ହିଙ୍ଗୁଳା ଇଣ୍ଡେନ,ଗ୍ରାମୀଣ ବିତରକ, ବଳରାମପ୍ରସାଦର ସତ୍ୱାଧିକାରୀ ମିଥୁନ୍ ବେହେରାଙ୍କ ସୈାଜନ୍ୟରେ ଉକ୍ତ ଉତ୍ସବ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ନୋଡ଼ାଲ ଅଫିସର ଆଶିଷ କୁମାର,ଉଜ୍ଜ୍ୱଳା ଦିଦି ପ୍ରୋଜେକ୍ଟ ଡିସି ଆଶୋକ ସିଂ,ଏସଡିପି,ଅନୁଗୋଳ ଜଗତ ମୋହିନୀ ପଣ୍ଡା,ଆସିଷ୍ଟାଂଟ ଡିଏନତ୍ତ୍ୱ/ଉଜ୍ଜ୍ୱଳା ଦିଦି ପ୍ରୋଜେକ୍ଟ ଜିଲ୍ଲା ଇନଚାର୍ଜ ସାଗର କୁମାର ଦେ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ପାତ୍ର,କୁମୁଣ୍ଡା ସରପଂଚ ବିରଂଚି ସାହୁ,ସମିତି ସଭ୍ୟ ଦେବେନ୍ଦ୍ର ବାରିକ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂ,ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ପ୍ରଧାନ,ରତ୍ନାକର ସାହୁ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ମହାରଣା,ଦିପ୍ତୀପ୍ରଭା ମହାରଣା,ପୂର୍ବତନ କାଉନସିଲର ସୁଫଳା ପୃଷ୍ଟି,ବାଲ୍ମିକୀ ପ୍ରସାଦ କେଶରୀ,କାଳନ୍ଦି ପ୍ରଧାନ,ହରମୋହନ ମିଶ୍ର,ହରମୋହନ ମିଶ୍ର,ଯଶୋବନ୍ତ ଦାସ,ବିଜେପି ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ଉଜ୍ଜ୍ୱଳା ଦିଦି ଏବଂ ସ୍ଥାନୀୟ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

error: Thank You Keep Visiting