କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

Straight to the Point

କଣିହାଁ : କଣିହାଁ ବ୍ଲକର ୭ଟି ପଞ୍ଚାୟତ ତାଳଚେର ବିଧାନସଭା ମଣ୍ଡଳୀ ଓ ୧୯ଟି ପଞ୍ଚାୟତ ପାଲଲହଡା ବିଧାନସଭା ମଣ୍ଡଳୀର ବହୁ ନାମୀ ଦାମୀ ରାଜନେତା ସୃଷ୍ଟି କରିଛି ଏହି ବ୍ଲକ । ଯଥା – କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟର ପ୍ରାକ୍ତନ ଉପ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ପବିତ୍ର ପ୍ରଧାନ ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଅଟନ୍ତି । ଏହି ବ୍ଲକରେ ୧ଟି କୋଇଲା ଖଣି (କଣିହାଁ ଓସିପି), ଏନ୍ଟିପିସି, ଜେଆଇଟିପିଏଲ ଡେରେଙ୍ଗ । କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୁମ୍ ସଂଖ୍ୟା କମ୍ ଥିଲା ଏବଂ ସଭାଗୃହଟି ଖରାପ ହୋଇଯାଇଥିଲା । ତାଳଚେର ଓ ପାଲଲହଡା ବିଧାୟକ ଦ୍ୱୟଙ୍କ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଓ ସଭାଗୃହର ପୁନରୁଦ୍ଧାର ଉଦ୍ଘାଟନ କଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଓ ଅନ୍ୟ କର୍ମଚାରୀ ସହିତ ଜନସାଧାରଣ ଉପସ୍ଥିତ ଥିଲେ ।

error: Thank You Keep Visiting