ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ସଚେତନତା ଶିବିର

An Independent Media

ତାଳଚେର:-ତାଳଚେରର ପବିତ୍ର ମୋହନ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ପି.ଏମ୍.ଆଇ.ଟି) ଅନୁଷ୍ଠାନରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଅନୁଗୋଳ ତରଫରୁ ଏକ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଗଗନ ବିହାରି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପି.କେ.ମିଶ୍ର ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଟି.କେ.ମିଶ୍ର, ବରିଷ୍ଠ ଅଧ୍ୟାପକ ଏସ୍.ସି.ମିଶ୍ର ଏବଂ ତାଳଚେର ବ୍ଲକ ଶିଳ୍ପ ବିକାଶ ଅଧିକାରୀ ନୃସିଂହ ଚରଣ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସେହିପରି ଆତ୍ମ ନିଯୁକ୍ତି ସହିତ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେରର ସଫଳ ଉଦ୍ୟୋଗୀ ଭାବେ ଅଶୋକ କୁମାର ଅଗ୍ରୱାଲାଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ତାଳଚେର ପଂଚାୟତ ଶିଳ୍ପ ଅଧିକାରୀ ତଥା ଶିଳ୍ପ ବିକାଶ ଅଧିକାରୀ ନୃସିଂହ ଚରଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

error: Thank You Keep Visiting