ଜାତୀୟ ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ଯୋଜନା ଅଭିଯାନ

Straight to the Point

ତାଳଚେର:-ତାଳଚେର ସ୍ଥିତ ସରକାରୀ ଆଇ.ଟି.ଆଇ. ଠାରେ ଜାତୀୟ ଅନୁସୂଚୀତ ଜାତି ଓ ଜନଜାତିଙ୍କ ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଜିଲ୍ଳା ଶିଳ୍ପ କେନ୍ଦ୍ର ଅନୁଗୋଳ ତରଫରୁ ଏକ ସଚେତନତା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଗଗନ ବିହାରି ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆଇ.ଟି.ଆଇ.ର ଅଧ୍ୟକ୍ଷ ସ୍ୱରୂପ ସଂପଦ ଏବଂ ସମ୍ମାନୀତ ଅତିଥି ଭାବେ ଗୋପବନ୍ଧୁ ପ୍ରଧାନ, ପୂର୍ବତନ ଜିଲ୍ଲା ହସ୍ତ ଓ କୁଟୀର ଶିଳ୍ପ ଅଧିକାରୀ ବିଶ୍ୱତିତ ବେଉରା, ସିପେଟ୍ ର ସଂଯୋଜକ ତଥା ବୈଷୟିକ ପରାମର୍ଶଦାତା ଡଃ ପ୍ରସନ୍ନ କୁମାର ବରାଳ, ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଦୟାନିଧି ପଣ୍ଡା, ତାଳଚେର ଆଇଟିଆଇର ତାଲିମ୍ ଅଧିକାରୀ ଅଭିରାମ ରାଉଳ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ନାୟକ ଏସ୍.ସି. ଓ ଏସ୍.ଟି ଉଦ୍ୟୋଗୀ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା, ସହାୟତା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସେହିପରି ଶ୍ରୀ ପ୍ରଧାନ ଓ ଡ. ବରାଳ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ ଏବଂ ଆତ୍ମ ନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଋଣ ଓ ବ୍ୟାଙ୍କର ବିଭିନ୍ନ ଯୋଜନା ବିଷୟରେ ଶାଖା ପରିଚାଳକ ଶ୍ରୀ ପଣ୍ଡା ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପଂଚାୟତ ଶିଳ୍ପ ଅଧିକାରୀ ତଥା ଶିଳ୍ପ ବିକାଶ ଅଧିକାରୀ ନୃସିଂହ ଚରଣ ସାହୁ ପରିଚାଳନା କରିଥିବା ବେଳେ ଶେଷରେ ତାଲିମ୍ ଅଧିକାରୀ ଅଭିରାମ ରାଉଳ ଧନ୍ୟବାଦ ପ୍ରଦାନ କରିଥିଲେ ।

error: Thank You Keep Visiting