ଆଗାମୀ ଓଡିଶା ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ: ପୂଜ୍ୟପୂଜା ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ

Straight to the Point

ଜଗତସିଂହପୁର: ପୂଜ୍ୟପୂଜା ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଆଜି ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁରର ସର୍ବପୁରାତନ ମାଘିମେଳା ଦେଢଶହ ବର୍ଷ ମହୋତ୍ସବରେ ଅନୁଷ୍ଠିତ ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ପୂର୍ବତନ ଡେପୁଟି ସେକ୍ଟେଟେରି ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଏହା କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ପୋ÷÷ରହିତ୍ୟ କରି କହିଲେ ଯେ ପାଶ୍ଚାତ୍ୟ ସଂସ୍କୃତିକୁ ଆମେ ଆପଣାଇ ନିଜର ମହାନ ସଂସ୍କୃତି ଓ ପରମ୍ପରା ଠାରୁ ଦୂରେଇ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ଉଦ୍ଘାଟକ ଭାବେ ଏସ୍.ଏ.ଏନ୍. କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇ ଏହି ସମାରୋହକୁ ଉଦ୍ଘାନଟ କରିଥିଲେ ।

ଏଥିରେ ମୁଖ୍ୟ ବକ୍ତା ଭାବେ ଆଗାମୀ ଓଡିଶା ଉପସଭାପତି ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ ଯୋଗଦେଇ ଭାରତୀୟ କଳା ସଂସ୍କୃତିର ସୁରକ୍ଷା ପାଇଁ ଆନ୍ଦୋଳନ ଆବଶ୍ୟକ ଏବଂ ସମାଜକୁ ପତନମୁଖୀ କରୁଛି ସହରୀ ସଭ୍ୟତା ବୋଲି କହିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ପ୍ୟାରିମୋହନ ପଟ୍ଟାନାୟକ,ପଣ୍ଡିତ ଶିବତ୍ସ ଦାସ ମହାପାତ୍ର ଯୋଗଦେଇ ପୂଜ୍ୟପୂଜା ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ଏବଂ ଭାଷା ସାହିତ୍ୟ ଓ ସଂସ୍କୃତିକୁ ନେଇ ଜାତୀ ବଂଚି ରହେ ବୋଲି କହିଥିଲେ ।

ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ,ଅଧ୍ୟାପକ ଆଶିଷ ଚକ୍ରବତ୍ତୀ,ରାଷ୍ଟପତି ପୁରଷ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ସାହୁ,ଏନ୍.ସି.ସି.ଅଫିସର ରାଜକିଶୋର ସାହୁ,ସମାଜସେବୀ ଅଶୋକ କୁମାର ଦାଶ,ସମାଜସେବୀ ବିଜନ ମହାପାତ୍ର,ସାମ୍ବାଦିକ କଲ୍ୟାଣ ସେନ୍,ପ୍ରଦୀପ୍ତ ନାୟକ,ଶିକ୍ଷକ ନିର୍ମଳେନ୍ଦୁ ସୋମ୍ ପ୍ରମୁଖ ଯୋଗଦେଇ ଆଗାମୀ ଓଡିଶା ପକ୍ଷରୁ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପୂଜ୍ୟ ପୂଜା କାର୍ଯ୍ୟ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଅଛି ବୋଲି କହିଥିଲେ । ରଘୁନାଥପୁର ଅଂଚଳରେ ଆଜକୁ ଦେଢଶହ ବର୍ଷଧରି ଏହି ମହୋତ୍ସବ କରିଆସୁଥିବା ଉତମ ଚରଣ ସାହାଣୀ,ବିଜୟ ପରିଡା,ବୈ÷ରାଗୀ ସାହାଣୀ,ବୈ÷ଷ୍ଣବ ଚରଣ ସାହାଣୀ,ଚନ୍ଦ୍ରମଣି ସାହୁ,ଦୀପକ ରାଉତ,ସୁବାଷ ଦାଶ,ପ୍ରହ୍ଲାଦ ସେଠୀ,ବୈ÷ରାଗୀ ସେଠୀ,ମନ୍ନମଥ ରଣା,ଅଜୟ ସେଠୀ,କମଲେସ୍ ମହାପାତ୍ର,ବିଷ୍ଣୁ ସାହୁଙ୍କୁ ଆଗାମୀ ଓଡିଶା ପକ୍ଷରୁ ମାନପତ୍ର ଉତରିୟ ଓ ପୁଷ୍ଫଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

error: Thank You Keep Visiting