ମଦ୍ରସା ମରକଜ ଓଲୁମ ଓ ଫୋନୁନ୍ ପକ୍ଷରୁ ସହିଦମାନଙ୍କ ପାଇଁ ଉଦ୍ଦେଶ୍ୟରେ ନୀରବ ଶୋଭାଯ୍ରାତା

Straight to the Point

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ମଦ୍ରସା ମରକଜ ଓଲୁମ ଓ ଫୋନୁନ ପକ୍ଷରୁ ସହିଦ ମାନଙ୍କ ପାଇଁ ଏକ ନିରବ ଶୋଭାଯାତ୍ରା କରାଯାଇଥିଲା । ମଦ୍ରସା ସଭାପତି ସେର ଅଲ୍ଲିଙ୍କ ତତ୍ୱାବଧନରେ ଏହି ନିରବ ଶୋଭାଯାତ୍ରା ତରିକୁନ୍ଦରୁ ବାହାରି ନୂଆଦା , ଧନୀପୁର,ବେରାମପୁର, ଆଦି ଅଂଚଳ ପରିକ୍ରମା କରିଥିଲେ । ଏଥିରେ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ପୂର୍ବତନ ସରପଂଚ କଲ୍ଲିମ ଉଦ୍ଦିନ ଖାଁ ତୀବ୍ର ନିନ୍ଦା କରିଥିଲେ । ସହିଦ ପ୍ରସନ୍ନ ସାହୁ ଅମର ରହେ ଶ୍ଲୋଗାନରେ ତରିକୁନ୍ଦ ଅଂଚଳ ପ୍ରକମ୍ପିତ ହୋଇଥିଲା । ଏହି ଶୋଭାଯାତ୍ରାରେ ତାହେର ଖାଁ , ମହମ୍ମଦ ଫାରୁକ , ମୌଲାନା ହାଦି , ମୌଲାନା ମନଜର , ମୌଲାନା ଆଲମ ଗିର , ଜମିଲ ଅହେମ୍ମଦ ଖାଁ , ଅକ୍ରମ ଅଲ୍ଲୀ ଖାଁ , ଆଲ୍ଲା ଉଦ୍ଦିନ ଖାଁ , ମହମ୍ମଦ ହନିଫ, ମହମ୍ମଦ ସିଧିଖ , ଆବୁ ସଲାମ , ବାସତ ଅଲ୍ଲୀ , ଅବଦୁଲ ହକିମ , ଲିୟାକତ ଅଲ୍ଲୀ ଖାଁ , ଅୟୁବ ଖାଁ , ୟୁନୁସ ଖାଁ , ସମାଜସେବୀ ସୁବାସ ଚନ୍ଦ୍ର ସାହାଣୀ , କେଳୁଚରଣ ଦାସ , ପୂର୍ବତନ ସରପଂଚ ପ୍ରମୋଦ କୁମାର ଜେନା , ଦୁର୍ଯ୍ୟଧନ ନାୟକ , ନବକିଶୋର ମଲ୍ଲିକ , ରାକେଶ ବେହେରା , ଜାଫର ଅଲ୍ଲୀ , ନଇମ ଉଦ୍ଦିନ ଖାଁ , ମହମ୍ମଦ ଏଲିଆସ , ସେଖ ଇସାଖ ଅଲ୍ଲୀ ପ୍ରମୁଖ ଶତାଧିକ ଲୋକ ସାମିଲ ହୋଇଥିଲେ ।

error: Thank You Keep Visiting