ଅଙ୍ଗନୱାଡି କର୍ମଚାରିଙ୍କ ପ୍ରତି ଆକ୍ରୋଶ ମୂଳକ କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ ବିକ୍ଷୋଭ

Straight to the Point

ଜଗତସିଂହପୁର: ଭାରତୀୟ ମଜଦୁର ସଂଘ ସହ ବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ ର ଆôହାନକ୍ରମେ ଦୀର୍ଘ ୪୮ଦିନଧରି ବିଭିନ୍ନ ଦାବୀପୂରଣ ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଲୋଏର ପିଏମଜି ଠାରେ ଗଣଧାରଣା ·ଲିଥିଲା । ଦାବିଗୁଡିକ ପୂରଣ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିଥିବାରୁ ଆନ୍ଦୋଳନ କୁ ପ୍ରତ୍ୟାହାର କରିନିଆଯାଇଥିଲା । କିନ୍ୁ ବଡ ଦୁଃଖର ବିଷୟ ଏହି ଆନ୍ଦୋଳନ ସମୟରେ ସଂଘର ପଦାଧିକାରୀ ଓ ସଦସ୍ୟ ମାନଙ୍କ ପ୍ରତି ସରକାଙ୍କ ଦ୍ୱାରା ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାହାକି ସମ୍ପୁର୍ଣ୍ଣ ରୂପେ ଅଗଣତାନ୍ତ୍ରିକ ଏବଂ କର୍ମ·ରୀମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ତଥା ଆକ୍ରୋସ ମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ରାଜ୍ୟ ନିଷ୍ପତ୍ତି କ୍ରମେ ଜଗତସିଂହପୁର ଜିଲ୍ଲା ପକ୍ଷରୁ ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଓ ଅଙ୍ଗନୱାଡି କର୍ମ·ରୀ ମାନଙ୍କୁ ନେଇ ସ୍ଥାନୀୟ ବିଏମ୍ଏସ୍ କାର୍ଯ୍ୟାଳୟ ଠାରୁ ସହରପରିକ୍ରମ କରି ଜିଲ୍ଲାପାଳଙ୍କ କ୍ରା୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ବିକ୍ଷୋଭ ପ୍ରତିବାଦ ସଭାରେ ରାଜ୍ୟ ଅଂଶଗଠିତ ୩ତ୍ରେ ପ୍ରମୁଖ ବସନ୍ତ କୁମାର ସାହୁ ଯୋଗଦେଇ କର୍ମ·ରୀମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ଉଦ୍ବୋଧନ ଦେବା ସହ କାର୍ଯ୍ୟରୁ ଅନ୍ତର ହୋଇଥିବା କର୍ମ·ରୀ ମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି କରାନଗଲେ ସଂଘ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପୂର୍ବକ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବିଏମ୍ଏସ୍ ର ଜିଲ୍ଲା ସଭାପତି ଉପ ସେଠୀ,ଉପସଭାପତି ରାଜକିଶୋର ମଲ୍ଲିକ,ବିଜୟ କୁମାର ଦତ୍ତପ୍ରଦିପ ନାୟକ,କେଶବ ଚନ୍ଦ୍ର ଦାସ,ଅବିନାଶ ଦାସ,ଶଙ୍କର ଓଝା,ଭରତ ପ୍ରଧାନ,ସୁରେଶ ସାମନ୍ତରାୟ,ଅରୂପାନନ୍ଦ ମାଝି, କବିତା ପଣ୍ଡା ଜୟନ୍ତୀ ମଲ୍ଲ,ବିଦୁଲତା ଭୋଇ,ସସ୍ମିତା ସାହୁ,ବୈଜୟନ୍ତୀ ଖଟୁଆ ପ୍ରମୁଖ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ,ବିଭାଗୀୟ ମନ୍ତ୍ରୀ,ମହିଳା ଶିଶୁ ବିକାଶ ମିଶନ ଶକ୍ତି ଓଡିଶାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

error: Thank You Keep Visiting