ସିଦ୍ଧବାରଙ୍ଗ ମହାବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟନ

Straight to the Point

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁନଙ୍ଗ ଗ୍ରାମପଞ୍ଚାୟତର ବାରଙ୍ଗ ଠାରେ ଥିବା ସିଦ୍ଧ ବାରଙ୍ଗ ମହାବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟନ ହୋଇଯାଇଛି । ରାଜ୍ୟସଭା ସାଂସଦ ରଞ୍ଜିବ୍ ବିଶ୍ୱାଳଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମହାବିଦ୍ୟାଳୟର ଗୃହକୁ ମୁଖ୍ୟଅତିଥି ଭାବେ ବିରୋଧିଦଳ ଉପନେତା ତଥା ଜଗତସିଂହପୁର ବିଧାୟକ ଚିରଞ୍ଜୀବ୍ ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଯୁକ୍ତ ତିନି କଲେଜ ଅଧ୍ୟକ୍ଷ କିଷ୍ଣା ମଞ୍ଜରୀ ପଟ୍ଟନାୟକ,ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ସିତଳ କୁମାର ପଣ୍ଡା.ସରପଞ୍ଚ କବି ଭୋଇ.ପୂର୍ବତନ ସରପଞ୍ଚ ବ୍ରଜେନ୍ଦ୍ର ଚକ୍ରବର୍ତ୍ତୀ,ଆଇନଜୀବୀ ଗଣେଶ୍ୱର ମାଣିଆ,ରଜନି କାନ୍ତ ଚୌଧୁରୀ ,ସୁଦର୍ଶନ ବେହେରା.ଯୁବନେତା ପ୍ରଶାନ୍ତ ମଲ୍ଲିକ,ଲିପକ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting