ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରୀକମାନଙ୍କ ତୀର୍ଥଯାତ୍ରା

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ) : ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନାଗରୀକ ମାନେ ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ନାଗରୀକ ତୀର୍ଥ ଯୋଜନା ୨୦୧୮-୧୯ ରେ ଆସାମର ଗୌହାଟୀ ଯାତ୍ରା କରିଛନ୍ତି । ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରୁ ୩ଟି ବସ୍ଯୋଗେ ଏହି ବରିଷ୍ଠ ନାଗରୀକମାନେ ଭୁବନେଶ୍ୱର ଯାଇଛନ୍ତି । ଡେପୁଟି କଲେକ୍ଟର ବିବୁଧ କୁମାର ମହାନ୍ତି,ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ରଂଜନ ଦାସ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ଜଗତସିଂହପୁର ବ୍ଲକ ଓ ବିରିଡି ବ୍ଲକରୁ ୩୩ଜଣ,ନାଉଗାଁ,ବାଲିକୁଦା,ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକରୁ ୩୩ଜଣ ଏବଂ ଏରସମା ଓ କୁଜଙ୍ଗ ବ୍ଲକର ୪୨ଜଣ ବରିଷ୍ଠ ନାଗରୀକମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଏମାନେ କଲିକତା ଦକ୍ଷୀଣ କାଳୀ ମନ୍ଦିର ଓ ଆସାମର ଗୌହାଟୀ କାମାକ୍ଷା ମନ୍ଦିର ପରିଦର୍ଶନ କରିବେ । ଭୁବନେଶ୍ୱରରୁ ଟ୍ରେନ ଯୋଗେ ଏମାନେ ଯାତ୍ରା କରିବେ ଶ୍ରମ ନିରିକ୍ଷକ ସନ୍ତୋଷ କୁମାର ମହାନ୍ତି,ସୂର୍ଯ୍ୟକାନ୍ତ ସାହୁ,କାଜଲ କୁମାର ମଲ୍ଲିକ,ବସନ୍ତ ସୋରେନ୍,ଶାରଦା ପ୍ରସାଦ ସାହୁ ଏବଂ ରାଧାମୋହନ ଜେନା,ପ୍ରମୁଖ ବରିଷ୍ଠ ନାଗରୀକମାନଙ୍କୁ ସହାୟତା ନିମନ୍ତେ ସେମାନଙ୍କ ସହ ଯାତ୍ରା କରିଛନ୍ତି ।

error: Thank You Keep Visiting